Site icon Awaj Media

ଅଦ୍ଵିତା କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କୁ ଅଣ୍ଡା ବଣ୍ଟନ ର ସୁଭାରମ୍ଭ କଲେ ସରପଞ୍ଚ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତ ବି.ସୀତାପୁରର ଅଙ୍ଗନବାଡି କେନ୍ଦ୍ରରେ ଅଦ୍ଵିତା କାର୍ଯ୍ୟକ୍ରମ ର ଶୁଭାରମ୍ଭ . ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକା ( 15 ବର୍ଷରୁ 19 ବର୍ଷ ) ବୟସର କିଶୋରୀ ମାନଙ୍କୁ ସପ୍ତାହ କୁ ତିନି ଗୋଟି ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ଅଦ୍ଵିତା କାର୍ଯ୍ୟକ୍ରମକୁ କେରାଣ୍ଡି ସରପଞ୍ଚ ଏରୁସୁ ଦଣ୍ଡପାଣି ଶୁଭ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟ ର ସମ୍ପୂର୍ଣ୍ଣ ଉନ୍ନତି କରିବା ସକାଶେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ବି.ସୀତାପୁର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମର କିଶୋରୀ ବାଳିକା ମାନେ ଉପସ୍ଥିତ ରହି ସରକାର ଙ୍କ ଯୋଜନା ବିଷୟରେ ଜାଣିବା ସହ ଅଙ୍ଗନବାଡି କେନ୍ଦ୍ର ରୁ ଅଣ୍ଡା ପାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମିନି ଅଙ୍ଗନବାଡି କର୍ମୀ କେ. ବିଜୟ ଲକ୍ଷ୍ମୀ, ଆଶା ଏନ. ତ୍ରିବେଣୀ, ହେଲ୍ପର ପଦ୍ମାବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସରକାର ଙ୍କର ଏହିଭଳି ଯୋଜନା କୁ ଗ୍ରାମବାସୀ ଭୂୟସ ପ୍ରଶଂସା କରିଛନ୍ତି ।

Exit mobile version