ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ସଭାଗୃହ ଠାରେ ଗତ ଏପ୍ରିଲ ଏକ ଉତ୍କଳ ଦିବସ ଦିନ ପ୍ରକଳ୍ପ ପ୍ରାରମ୍ଭିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ଏରୁସୁ ଦଣ୍ଡପାଣି, କାର୍ଯ୍ୟନିର୍ବାହୀ ଅଧିକାରୀ କେ. ଚନ୍ଦ୍ରାରାଓ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ବୈଠକରେ ଗ୍ରାମ ପଞ୍ଚାୟତର ବିଭିନ୍ନ ଯୋଜନାରେ ବାର୍ଷିକ ଖସଡ଼ା ଆଲୋଚନା ହୋଇଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କ ସମେତ ପଞ୍ଚାୟତର ଜନ ପ୍ରତିନିଧି ଉପସ୍ଥିତ ଥିବାର ଜଣାଯାଇଛି ।
ପ୍ରକଳ୍ପ ପ୍ରାରମ୍ଭିକ ସଭା ଅନୁଷ୍ଠିତ !!!

