Site icon Awaj Media

ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ଅଷ୍ଟଶମ୍ଭୁ ଓ ବିଷ୍ଣୁ ମିଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ଅନ୍ତର୍ଗତ ସୁବୁଦ୍ଧିପାଟଣା ଜଗତେଶ୍ୱର ଦେବଙ୍କ ପୀଠରେ ତିନି ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହେବା ସହ ଅଷ୍ଟଶମ୍ଭୁ ଓ ବିଷ୍ଣୁ ମିଳନ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅଧିବାସ ହୋଇଥିବା ବେଳେ ମଙ୍ଗଳବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା, ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ଏହି ଅବସରରେ ନଗରକୀର୍ତ୍ତନ ସହ ଦୈନନ୍ଦନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ପୂର୍ଣ୍ଣାହୁତି ଦିବସରେ ଜଗତେଶ୍ୱର ଦେବଙ୍କ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳର ୮ ଶମ୍ଭୁ ବିମାନ ସହ ୧୪ ଠାକୁରଙ୍କ ବିମାନ – ଗବପଦର ବିଜେ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ଭେଲେରି ଧବଳେଶ୍ଵର ଦେବ, ଇଂଜନପୁର ବୁଢ଼ାଲିଙ୍ଗେଶ୍ୱର ଦେବ, ଗାଲୁଆ ଗୁପ୍ତେଶ୍ଵର ଦେବ, ମଙ୍ଗଳପୁର ଜଗତେଶ୍ୱର ଦେବ, ବଡ଼କୁଳ ଚନ୍ଦ୍ରଶେଖର ଦେବ, ହରଗୌରୀ ଦେବ, ଡାହଲେଇ, ଚନ୍ଦ୍ରାପୁଟ ବାଳମୁକୁନ୍ଦ ଦେବ, ଖାରିବନ୍ଧ ରଘୁନାଥ ଦେବ, ତୋଟାପଡା ଗଣପତି, ସୁବୁଦ୍ଧିପାଟଣା ଦଧିବାମନ ଦେବ ପ୍ରମୁଖ ବିଜେ ପ୍ରତିମା ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମେଳଣ ପଡ଼ିଆରେ ପହଞ୍ଚିଥିଲେ । ଠାକୁର ଙ୍କ ନୀତିକାନ୍ତି ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ନରେ ସମସ୍ତ ବିଜେ ପ୍ରତିମାଙ୍କ ମେଳଣ ପର୍ଵ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ ଯଜ୍ଞ କମିଟି ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଦୁର୍ଗା ଚରଣ ରଥ, କମିଟି ସଭ୍ୟ ବ୍ରଜ କିଶୋର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରମୋଦ ସାହୁ, ଶ୍ୱେତ କୁମାର ବିଶୋଇ, ନାରାୟଣ ବିଶୋଇ, ନିତ୍ୟାନନ୍ଦ ବିଶୋଇ, ମାନସ ଭୁଜବଳ ପ୍ରମୁଖ ପରିଚାଳନା କରିଥିବା ବେଳେ ସୁବୁଦ୍ଧିପାଟଣା ଓ ତୋଟାପଡା ଗ୍ରାମବାସୀ ବୃନ୍ଦ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Exit mobile version