Site icon Awaj Media

ଆଦର୍ଶ ଟ୍ୟୁଟୋରିଆଲ ର ଶୁଭ ଉଦଘାଟନ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା ମଣିଷକୁ କୌଣସି ସ୍ଥାନରେ କୌଣସି ପର୍ଯ୍ୟାୟରେ କୌଣସି ସମୟରେ ହାତ ଛାଡ଼ି ନ ଥାଏ । ଏଭଳି ଏକ ମହତ୍ ମନୋଭାବ ରଖି ଭାପୁର ବ୍ଲକ୍ ଅନ୍ତର୍ଗତ ବଡ଼ସହରା ଗ୍ରାମର ଶିକ୍ଷିତ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଗଢି ଉଠିଛି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ । ଯାହା କି ଗତକାଲି ଆନୁଷ୍ଠାନିକ ଭାବରେ ଉଦଘାଟିତ ହେଇ ଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ଭାପୁର ଅଞ୍ଚଳର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାରଣା ଜଗନ୍ନାଥଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଡ଼ସହରା ଗ୍ରାମର ତଥା ଭାପୁର ଅଞ୍ଚଳର ଅନେକ ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଓ ଶିକ୍ଷକମାନେ ଯୋଗ ଦେଇଥିଲେ । ଏଠାରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ରହିଛି ବୋଲି ଟ୍ୟୁଟୋରିଆଲର କର୍ମକର୍ତ୍ତା ମାନଙ୍କଠାରୁ ଜଣାପଡିଛି । ଯୁବକ ମାନଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ପ୍ରଶଂସା କରାଯାଇଛି ।

Exit mobile version