ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାନଙ୍କୁ ନେଇ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ମହିଳା ସ୍ୱାସ୍ଥ୍ୟ କର୍ମୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ , ସ୍କୁଲ ଶିକ୍ଷକ, ଗ୍ରାମ ରୋଜଗାର ସେବକ , ସ୍କୁଲର କିଶୋର ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ .
ବ୍ଳକ ସ୍ତରୀୟ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତି ଗୋୖରୀ ନାୟକ, ସୁପରଭାଇଜର ଶ୍ରୀମତି ଶଶୀ ଗୋମାଙ୍ଗ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ଚାଇଲଡ଼ ତରଫରୁ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ । ଏହି କାର୍ଯ୍ୟକ୍ରମ ଶିଶୁ ପାଇଁ ଦିନ ଟିଏରେ ବିଭିନ୍ନ ଗୁରୁତ୍ୱପୂର୍ଣ ଶିଶୁ ପ୍ରାସଙ୍ଗିକ ଆଲୋଚନା ବିଷୟ ବସ୍ତୁ ଯଥା ଶିଶୁ ବା ବାଲ୍ୟ ବିବାହ ଅବରୋଧ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁ ଯୋୖନ ଶୋଷଣ, ଶିଶୁଙ୍କର ବିଦ୍ୟାଳୟରେ ଅନୁପସ୍ଥିତି ବୃଦ୍ଧି , ଭ୍ରୂଣ ହତ୍ୟା, ଆଶୀର୍ବାଦ ଯୋଜନା, କିଶୋର ସଶକ୍ତିକରଣ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା . ଶିଶୁ ବିକାଶ ଯୋଜନା ଅଧିକାରିଣୀ ବାଲ୍ୟ ବିବାହର ନିୟମାବଳୀ, ଜୋରିମାନା, ଦଣ୍ଡବିଧି ବିଷୟରେ ଅବଗତ କରାଇଥିଲେ । ପୁଅ କି ଝିଅ ନିମନ୍ତେ ନିର୍ଦ୍ଧାରିତ ଵିଵାହ ବୟସ ସୀମା ସମ୍ପର୍କରେ କହିଥିଲେ । ବିଭିନ୍ନ ଆଇନ ଖିଲାପ ରେ ଏକ ଲକ୍ଷ ଜୋରିମାନା ଓ ଦୁଇ ବର୍ଷ ଜେଲ, ବାଲ୍ୟ ବିବାହ ନିମନ୍ତେ ଧାର୍ଯ୍ୟ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।
ମହିଳା ସ୍ୱାସ୍ଥ୍ୟ କର୍ମୀ ବାଲ୍ୟ ବିବାହ ଦ୍ବାରା ସ୍ୱାସ୍ଥ୍ୟଗତ ସମସ୍ୟା, ଆର୍ଥିକ ସମସ୍ୟା ସଙ୍କଟାପନ୍ନ, ଶିଶୁର ଭ୍ରୂଣହତ୍ୟା ଓ ଭୃଣ ଚିହ୍ନଟ ବିଷୟରେ ସଚେତନ କରାଇଥିଲେ . ଏହାଦ୍ବାରା ସମାଜ ଉପରେକୁ ପ୍ରଭାବ ଓ ସ୍ୱଳ୍ପ ବୟସରେ ବାଲ୍ୟ ବିବାହ ଦ୍ଵାରା ଝିଅଟି କିପରି ସାମାଜିକ ଭାରାକ୍ରାନ୍ତ ହୋଇ ପଡେ,ସେ ସବୁ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଶିକ୍ଷକ, ବିଦ୍ୟାଳୟରେ ଅନୁପସ୍ଥିତି କିପରି ବଢୁଛି, ବାପା ମାଆଙ୍କର ଦାୟିତ୍ୱ, ଶିଶୁ ଶ୍ରମିକ ଅବରୋଧ କିପରି କରାଯିବ ଓ ଏହାର ଫଳାଫଳ ଶିଶୁଙ୍କ ମାନସିକ ଓ ଶାରୀରିକ ବୃଦ୍ଧିରେ କିପରି ବିଘ୍ନ ଘଟାଇଛନ୍ତି ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏତଦବ୍ୟତୀତ ଜିଲ୍ଲା ସ୍ତରୀୟ ଚାଇଡ଼ ଲାଇନ କର୍ମୀ ମାନେ ଶିଶୁ ଚାଲାଣ କିପରି ହୁଏ ଶିଶୁକୁ ଯୌନ ଶୋଷଣ ଇତ୍ୟାଦି କିପରି ବିରୋଧ କରି ଶିଶୁ ମାନଙ୍କର ଥଇଥାନ ବିଷୟରେ କରିଥିଲେ ।
ଅନାଥ ଶିଶୁ ମାନଙ୍କ ପାଇଁ ଆଶୀର୍ବାଦ ଯୋଜନାର ଆର୍ଥିକ ଲାଭଦାୟକ ଓ ଶିକ୍ଷା ପ୍ରଗତିରେ କିପରି ଗୁଣାତ୍ମକ ମାନର ବ୍ୟକ୍ତିଗତ ଜୀବନ ଗଠନ ହୋଇ ପାରିବ, ସେହି ବିଷୟରେ ଆଲୋଚନା କରା ଯାଇଥିଲା । ସର୍ବ ଶେଷରେ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ପିତାମାତାଙ୍କ ସମେତ ସମସ୍ତଙ୍କୁ ଶିଶୁର ଉନ୍ନତି ନିମନ୍ତେ ବାଲ୍ୟ ବିବାହ ମୂଳପୋଛ କରିବା ନିମନ୍ତେ ଜନ ଜାଗରଣ ବୃଦ୍ଧି କରାଇବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରାଯାଇଥିଲା ।

