Site icon Awaj Media

ସାବାଡ଼ ହେବେ ଉଦଣ୍ଡ କମ୍ପାଉଣ୍ଡର : ତଦନ୍ତ ପ୍ରକ୍ରିୟାରେ ବାଜିଲା 5 T ର ଛାଟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଖବର ପ୍ରସାରଣ ର ପ୍ରଭାବ । ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କମ୍ପାଉଣ୍ଡର ଙ୍କ ଦବଙ୍ଗଗିରି ଖବର ପ୍ରସାରିତ ହେବା ପରେ ସତ୍ୟାସତ୍ୟ କୁ ଦୃଷ୍ଟିରେ ରଖି ସମ୍ପୃକ୍ତ କମ୍ପାଉଣ୍ଡର ଶରତ ଚନ୍ଦ୍ର ଖଟୁଆ ଙ୍କ କାର୍ଯ୍ୟକଳାପକୁ ନେଇ ହୋଇଥିଲା ଇନକ୍ୱାରୀ । କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ବର୍ତ୍ତମାନ 5 T ବିଭାଗ ର ନିର୍ଦ୍ଦେଶ କ୍ରମେ ହେବ କାର୍ଯ୍ୟାନୁଷ୍ଠାନ । ଅଭିଯୋଗ ଅନୁସାରେ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଅଭାବନୀୟ ଘଟଣାରେ ସତ୍ୟତା ଥିବା ର ସମସ୍ତ ପ୍ରମାଣ ଥାଇ ମଧ୍ୟ ପୂର୍ବରୁ ଦୁଇ ଦୁଇ ଥର ଇନକ୍ୱାରୀ ହୋଇଥିଲା ବେଳେ ବର୍ତ୍ତମାନ ଆଉ ଥରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୂତନ ନୟାଗଡ଼ ସିଡିଏମଓ । ଏହାର କାରଣ ପଛର ରହସ୍ୟ ବୁଝିପାରୁ ନାହାନ୍ତି ଅଭିଯୋଗକାରୀ ମାନେ । ଅଭିଯୋଗ ମୁତାବକ ମହିଳା ମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ ସହ ମାଡ ମାରିବା ଓ ଏକ୍ସପାରୀ ଔଷଧ ଦେଇଥିବା ନେଇ ଉପରିସ୍ଥ ଅଧିକାରୀ ତାଗିଦ କରିବାରୁ , ଅଭିଯୋଗକାରୀଙ୍କୁ ଔଦ୍ଧତ୍ୟର ସହ କଦର୍ଥ ଭାଷାରେ ଗାଳି ଗୁଲଜ କରିଥିବା କମ୍ପାଉଣ୍ଡର ଖଟୁଆ ସମସ୍ତ ଭୁଲ କୁ ମାନିବା ଓ ସ୍ଥାନୀୟ ବିଭାଗୀୟ ଅଧିକାରୀ ବିଶ୍ୱଜିତ ସାହୁ ନିଜେ ତାଙ୍କ ଲେଖାରେ, ସ୍ଥାନୀୟ ଉପସ୍ଥିତ ଥିବା କମିଟି ଓ ଭଦ୍ରଲୋକଙ୍କୁ ଦେବା ସହ ଅନ୍ୟ ଏକ କପି ବିଭାଗୀୟ ଅଧିକାରୀଙ୍କୁ ପଠାଇ ଦେବା କଥା କହିଥିଲେ . କିନ୍ତୁ ନୂତନ ସିଡିଏମୋ ଏ ବିଷୟରେ କିଛି ଜାଣି ନଥିବା କଥା କହିବା ସହ , ଯଦି ଏ ଅପରାଧର ପ୍ରମାଣ ସେ ଦେଖନ୍ତି ତେବେ ଦୃଢ କାର୍ଯାନୁଷ୍ଠାନ ନିଶ୍ଚୟ ବୋଲି ପ୍ରକାଶ କରିଥିଲେ . ପୂର୍ବ ଇନକ୍ୱାରୀ ଅନୁସାରେ ଅଧିକାରୀ ଡ.ପାଇକରାୟ ଏଥିରେ ସମସ୍ତ ସତ୍ୟତା ଥିବା ପ୍ରମାଣ ଦେବା ପରେ ମଧ୍ୟ କାର୍ଯାନୁଷ୍ଠାନ ଶୂନ , ଘଟଣାରେ ଦୋଷୀ ସାବ୍ୟସ୍ତ ଖଟୁଆ ଙ୍କ ପାଖରେ ଏପରି କି କ୍ଷମତା ଅଛି ଯେ , କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ । କାର୍ଯ୍ୟାନୁଷ୍ଠାନ ବାହାନାରେ ଚାଲିଛି ବାରମ୍ବାର ଇନକ୍ୱାରୀ ପରେ ଇନକ୍ୱାରୀ । ଏହି ସମ୍ବେଦନଶୀଳ ଘଟଣା ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ 5 T ସଚିବ ଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Exit mobile version