Site icon Awaj Media

ନୀଳଗିରି ପୁଲିସ ର ଔଦ୍ଧତ୍ୟ କୁ ସବୁଆଡେ ନିନ୍ଦା !!!

Spread the love

ନୀଳଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୀଳଗିରିରେ କାର୍ଯ୍ୟରତ ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ମାରି ଗୋଡ଼ରେ ବେଡ଼ି ପକାଇ ମେଡ଼ିକାଲ୍‌ରେ ଭର୍ତ୍ତି କରିବା ମାମଲା କୁ ନେଇ ସମଗ୍ର ରାଜ୍ୟରେ ତେଜିବାରେ ଲାଗିଛି ଅସନ୍ତୋଷ . ତେବେ ଘଟଣାର ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଥିବା ସମୟରେ ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । କାର୍ଯ୍ୟରତ ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ଏକ ମାମଲାରେ ଗିରଫ କରାଯିବା ପରେ ତାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା , ଯେଉଁଥିପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ପୁଲିସ୍‌ । ଜଣେ ପେଶାଦାର ଅପରାଧୀଙ୍କ ଭଳି ପୁଲିସ୍‌ ତାଙ୍କ ଗୋଡ଼ରେ ବେଡ଼ି ପକାଇ ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରି କାର୍ଯ୍ୟ କରିଥିବା ପୁଲିସ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।

ସେପଟେ ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକା ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା ଜଣାନ୍ତୁ । ୧୫ ଦିନ ଭିତରେ ରିପୋର୍ଟ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version