Site icon Awaj Media

ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ନିର୍ମଳ କୁମାର ଦାସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳ କୁମାର ଦାସ । ଏହା ପୂର୍ବରୁ ଗଞ୍ଜାମ ର ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟାଳୟର ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ନିର୍ମଳ କୁମାର ଦାସ ଦାୟିତ୍ୱ ଗ୍ରହଣ କରି ଥିବାରୁ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ହୋଇ ପାରିବ ବୋଲି ଆଶା କରାଯାଉଛି । ଦୀର୍ଘ ଦିନ ହେଲା ନିର୍ବାହୀ ଯନ୍ତ୍ରୀ ପଦବୀଟି ଖାଲି ପଡିଥିଲା । ଏହି ପଦବୀ କୁ ଗଞ୍ଜାମ ର ନିର୍ବାହୀ ଯନ୍ତ୍ରୀ ଅତିରକ୍ତ ଭାବରେ ଦାୟିତ୍ୱ ତୁଲାଉଥିଲେ । ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ସକାଶେ ବାରମ୍ବାର ଖବର ପ୍ରସାରଣ ପରେ ରାଜ୍ୟ ସରକାର ଏହି ପଦବୀଟି ପୂରଣ କରି ଥିବାରୁ ଜିଲ୍ଲା ବାସୀ ଜିଲ୍ଲା ପ୍ରଶାସନ କୁ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version