ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପଞ୍ଚାୟତ ନିର୍ବାଚନ ର ପ୍ରଚାର ଗଣିତକୁ ନେଇ ଠିକା ସଂସ୍ଥାର ଚାକିରୀ ରୁ ନିଲମ୍ବିତ ହେଲେ ଯୁବକ . ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ନଦେବାରୁ ଚାକିରିରୁ ବହିଷ୍କାର କରାଯାଇଥିବା ଅଭିଯୋଗ ଆଣିଲେ ବାମ୍ୱିଲୋ ଗ୍ରାମର ସତ୍ୟବ୍ରତ ମହାପାତ୍ର . ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ଏକ ଠିକା ସଂସ୍ଥାରେ ବାମ୍ବିଲୋ ଗ୍ରାମର ସତ୍ୟବ୍ରତ ମହାପାତ୍ର କାର୍ଯ୍ୟ କରୁଥିବା ବେଳେ , ଚଳିତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ପାଇଁ ପ୍ରଚାର କରୁଥିବା ବାମ୍ବିଲୋ ଗ୍ରାମର କିଛି ବ୍ୟକ୍ତି ଖଣି ଅଞ୍ଚଳ ଶ୍ରମିକ ସଂଘରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କୁ ଖଣି ଅଞ୍ଚଳ ସ୍ଥିତ ଠିକା ସଂସ୍ଥାର କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ସତ୍ୟବ୍ରତ ଏ ନେଇ କାଳିଆପାଣି ଖଣି ଅଞ୍ଚଳ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀରଙ୍କୁ ଯାଇ ଭେଟିଥିଲେ । ତେବେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର ତାଙ୍କୁ ବ୍ୟବହାର ଖରାପ କରିଥିବା ସହିତ , ବିଜେଡ଼ିରେ କାହିଁ ଭୋଟ ଦେଇନାହଁ ବୋଲି ପଚାରିଥିବା ଭିଡିଓ ଏବେ ସୋସାଲ ମିଡିଆରେ ହେଉଛି ଭାଇରାଲ . ତେବେ ରାଜନୈତିକ ଘଟଣାକୁ ଆଧାର କରି ଚାକିରୀ ରୁ ନିଲମ୍ବନ ଘଟଣାକୁ ନେଇ ସତ୍ୟବ୍ରତ ମହାପାତ୍ର ଶ୍ରମ ଅଦାଲତ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।