Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୫୦ ତମ ପାକ୍ଷିକ କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ଗ୍ରାମରେ ଅବସ୍ଥିତ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଜକୁ ଦୀର୍ଘ ୭୫୦ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି କରୋନା ସଚେତନତା, ରିଲିଫ ଓ କରୋନା କିଟ୍ ବିତରଣ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ସଂଖ୍ୟା ୭୩୬ ରୁ ୭୫୦ ପର୍ଯ୍ୟନ୍ତ ଚାଲୁ ରହିଥିବା ୫୦ତମ ପାକ୍ଷିକ ସେବାକର୍ଯ୍ୟରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସ୍ୱେଚ୍ଛାସେବୀ ସରୋଜ ଜେନା, ପ୍ରହଲ୍ଲାଦ ଦାସ, ସ୍ମୃତିରଞ୍ଜନ ନାୟକ, ମନୋରଞ୍ଜନ ଦାଶ, ଜ୍ୟୋତ୍ସ୍ନାରାଣୀ ଦାସ, ପିନାକୀ ଦାସ, ଚିନ୍ମୟ ଜେନା, ଶିବାଦିତ୍ୟ ଦାଶ, ଭାଗବତ ମଲ୍ଲିକ ଆଦି ଯୋଗଦେଇ ଲୋକମାନଙ୍କୁ ମାକ୍ସ , ସାନିଟାଇଜର , ଓ.ଆର.ଏସ , ଖାଦ୍ୟ ,ବସ୍ତ୍ର ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଗତ ରବିବାର ଦିନ ଏହାର ୩୦ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ଅଧ୍ୟକ୍ଷତା କରିଥିଲେ। ସମୀକ୍ଷକ ଭାବେ ଶ୍ରୀମତୀ ମମତା ମଲ୍ଲିକ, ତିଲୋତ୍ତମା ନାୟକ ଆଦି ଯୋଗଦାନ କରିଥିଲେ । ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବର୍ଷାରାଣୀ ମାଝୀ, ନୀଳିମା ମଲ୍ଲିକ, ଭାଗବତ ମଲ୍ଲିକ, ଦେବସ୍ମିତା ଜେନା, ନରୋତ୍ତମ ଗୋଛାୟତ, ରକି ଦାସ, ବିଶ୍ୱଜିତ ଦାସ, ରିୟା ଦାସ, ଅଭିଲିପ୍ସା ରଣା, ପୂଜାରାଣୀ ବେହୁରିଆ, ସସ୍ମିତା ମଲ୍ଲିକ,ଶ୍ରୀକୃଷ୍ଣ ପାତ୍ର ଆଦି ସହଯୋଗ କରିଥିଲେ ।

Exit mobile version