କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବିରତା ଦିବସ ( ସୌର୍ଯ୍ୟ ଦିବସ ) ପାଳନ କରାଯାଇଛି l ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ l
୧୯୬୫ ମସିହା ଏପ୍ରିଲ ମାସ ୯ ତାରିଖ ରେ ଗୁଜୁରାଟର କଚ୍ଛ ଜିଲ୍ଲାର ସର୍ଦାର ପୋଷ୍ଟରେ ସିଆରପିଏଫ ର ଦ୍ୱିତୀୟ ବାଟାଲିୟନର ଏକ ଛୋଟ ଦଳ ମୁତୟନ ଥିବା ବେଳେ ପାକିସ୍ତାନର ୩୫୦୦ ସୈନିକ ଥିବା ଏକ ବୃହତ ଦଳ ଆକ୍ରମଣ କରିଥିଲେ l ସିଆରପିଏଫ ଯବାନ ମାନେ ସେମାନଙ୍କୁ ମୁକାବିଲା କରିଥିଲେ l ଏଥିରେ ପାକିସ୍ତାନର ୩୪ ଯବାନ ନିହତ ହୋଇଥିବା ବେଳେ ୪ ଜଣ କୁ ଜୀବନ୍ତ କାବୁ କରାଯାଇଥିଲା l ଏଥିରେ ସିଆରପିଏଫ ର ୯ ଜଣ ଯବାନ ସହିଦ ହୋଇଥିଲେ l ସେହିଦିନ ଠାରୁ ଏହି ଦିବସକୁ ସିଆରପିଏଫ ବିରତା ଦିବସ ଭାବେ ପାଳନ କରି ଆସୁଛି l ଏହି ପରିପ୍ରେକ୍ଷୀରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା ତାପରେ ସୈନିକ ସମ୍ମିଳନୀ କରାଯାଇଥିଲା l

