Site icon Awaj Media

୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତ ଙ୍କ ସମାଗମ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ବର୍ଷ ପୂର୍ତ୍ତି ଅବସରରେ ୩୩ ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଏପ୍ରିଲ ୧୦ ତାରିଖ ରବିବାର ଦିନ ମହାସମାରୋହରେ ପାଳିତ ହୋଇ ଯାଇଛି l ଏ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା l ରବିବାର ସକାଳ ୮ ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୮ ଦଣ୍ଡ ଥଳ ଙ୍କୁ ବରଣ କରାଯାଇଥିଲା l ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତା ରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ ମି. ରେ ଟାଉନ ର ବସଷ୍ଟାଣ୍ଡ ନିକଟ ଓ ପଣସପଡି ବନ୍ଧପାଖ ରେ ପାଣିଦଣ୍ଡ ,ସନ୍ଧ୍ୟା ରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ଅଷ୍ଟ ଦଣ୍ଡର ଏକ ମହା ମିଳନ ଆୟୋଜନ ହୋଇଥିଲା l ରାତ୍ର ୧୧ ଘଟିକାରେ ଝୁଣା ଦଣ୍ଡ ପଟୁଆର ସହ ୧୧ ତାରିଖ ସୋମବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା l

ଏଥିରେ ବାଲିଗୁଡା, ବାରଖମା, ବାଟାଗୁଡ଼ା, ରେବିଙ୍ଗିଆ, ଋତୁଙ୍ଗିଆ, ମେଲସିକିଆ, ଡାକା ଏବଂ କତେରିଭଟ୍ଟl, ଅଞ୍ଚଳ ର ଦଣ୍ଡ ନୃତ୍ୟ ଦଳ ଯୋଗ ଦେଇ ନିଜ ନିଜ ର ଦଣ୍ଡ ପରିବେଷଣ କରିଥିଲେ l ଏହି ଅଷ୍ଟ ଦଣ୍ଡ ସମାରୋହ ଅବସରରେ ଟାଉନ ର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମା ଦକ୍ଷିଣ କାଳୀ ହାଟ ବେପାରୀ ସଂଘ ତରଫରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅର୍ଣ୍ଣଭୋଗ ର ବ୍ୟବସ୍ଥା କରିଥିବା ବେଳେ ସତ୍ୟ ସାଇ ସେବା ସମିତି, ବେହେରା ହାଟ ବ୍ୟବସାୟୀ ସଂଘ, ଜକିସାହି କମିଟି ଭଳି ବିଭିନ୍ନ ସ୍ବେଛାସେବୀ ନିଜସ୍ୱ ଭାବେ ପଣା ବଣ୍ଟନ କରିଥିଲେ l ହଜାର ହଜାର ଭକ୍ତ ଙ୍କ ସମାବେଶ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ପୋଲିସ ବିଭାଗ ତରଫରୁ ସମଗ୍ର ଅଞ୍ଚଳ ରେ କଡା କଡ଼ି ପାଟ୍ରୋଲିଂ ର ବ୍ୟବସ୍ଥା କରାଯାଇଥିବା ରୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଥିଲା l ଆସନ୍ତା ବର୍ଷ କୁ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ୧୭ ଶମ୍ଭୁ ଙ୍କ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସମିତି ତରଫରୁ ନିଷ୍ପତି ନିଆ ଯାଇଛି l ଏଥିରେ ଅଞ୍ଚଳର ସମସ୍ତ ନାରୀ ସଂଘ, ଯୁବକ ସଂଘ , ସ୍ବେଛାସେବୀ ତଥା ସମିତି ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ସଫଳତା ର ସମାପନ ହୋଇଥିଲା l

Exit mobile version