ନୀଳଗିରି ଥାନା ଅଧିକାରୀଙ୍କ ବହିଷ୍କାର ଓ ଗିରଫ ପାଇଁ ଦାବି ଜୋର ଧରିଲା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ହୋଇଥିବା ପୋଲିସର ବର୍ବରତା ଘଟଣାକୁ ନେଇ ଆଜି ବାଙ୍କୀ ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଙ୍କୀ ର ମା ଚର୍ଚ୍ଚିକା ସାମ୍ବାଦିକ ସଙ୍ଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ଚାକିରିରୁ ବହିଷ୍କାର ଓ ଗିରଫ ଦାବି କରି ଦାବୀପତ୍ର ପ୍ରଦାନ କରାଯାଇଛି । ସଙ୍ଘ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଙ୍କୀ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେପଟେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ସହିତ ନୀଳଗିରି ଆଇଆଇସିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଙ୍ଘ ପକ୍ଷରୁ ରୋକଠୋକ ଚେତାବନୀ ଦିଆଯାଇଛି । ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦଳେଇ , ଉପ-ସଭାପତି ଅନନ୍ତ ରଣା , ସହ-ସମ୍ପାଦକ ଅଶୋକ କୁମାର ରଣା , ଯୁବ ସାମ୍ବାଦିକ ବସନ୍ତ ଦଳେଇ , ଗୌତମ ମିଶ୍ର , ଅନନ୍ତ ପଟ୍ଟନାୟକ , ବବୁଲ ରାଉତ , ସୂର୍ଯ୍ୟମଣୀ ମଲ୍ଲିକ , ପ୍ରଦୀପ୍ତ କୁମାର ପଟ୍ଟନାୟକ ଏବଂ ପ୍ରଶାନ୍ତ କୁମାର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *