Site icon Awaj Media

ଶ୍ରୀରାମ ନବମୀ ତିଥିରେ ମା ଦୁର୍ଗାଙ୍କ ବାସନ୍ତିକ ଉତ୍ସବ ଅବସରରେ ଦୀପଦାନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରସ୍ଥିତ ଦୁର୍ଗାପ୍ରସାଦ ବ୍ୟାୟାମଶାଳା , ରାଜଗୁରୁ ସାହି ଠାରେ ପ୍ରତି ବର୍ଷ ଦୁର୍ଗାପୂଜା ହେଉଥିବା ସ୍ଥାନରେ ବାର ବର୍ଷକୁ ଥରେ ବାସନ୍ତିକ ପୂଜା ବଡ଼ ଆଡମ୍ବରରେ କରାଯାଇଥାଏ l ଚତୁର୍ଥ ବାସନ୍ତିକ ଉତ୍ସବ ର ଚତୁର୍ଥ ଦିନ ତଥା ପବିତ୍ର ଶ୍ରୀରାମ ନବମୀ ଅବସରରେ ଦୀପଦାନ କାର୍ଯ୍ୟକ୍ରମରେ ରବିବାର ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ, ଅଭିଭାବକ ଏବଂ ସ୍ଥାନୀୟ ବୟସ୍କ ଲୋକ ମାନେ ଯୋଗଦେଇ ଶ୍ରଦ୍ଧାର ସହିତ ଲୋକ କଲ୍ୟାଣ, ସମାଜରେ ସଦାଚାର ତଥା ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା ସହିତ ଦୀପଦାନ କରିଥିଲେ l

Exit mobile version