Site icon Awaj Media

ନୀଳଗିରି ଥାନା ଘଟଣାକୁ ନେଇ ଗଜପତି ରେ ପ୍ରତିବାଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନୀଳଗିରି ଥାନା ଘଟଣାକୁ ନେଇ ଗଜପତି ରେ ପ୍ରତିବାଦ ଓ ବିକ୍ଷୋଭ . ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ସେଠାକାର ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଯେଉଁ ଭଳି ଅତ୍ୟାଚାର କଲା ଏବଂ ଗୋଡରେ ବେଡି ପକାଗଲା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆଗରୁ ମଧ୍ୟ ଅନେକ କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଆକ୍ରୋଶମୂଳକ ଭାବେ ଆକ୍ରଣ କରିବା ଏବଂ ନିର୍ଯ୍ୟାତନା ଦେବା ଘଟଣାର ଅନେକ ନଜିର ରହିଛି । ତେଣୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ନୀଳଗିରି ଘଟଣାର ଉପଯୁକ୍ତ ତଦନ୍ତ କରି ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଦାବିରେ ଓଡିଶା ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି । ଜିଲ୍ଲା ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉପ-ସଭାପତି ସରୋଜ ବୀର, କୋଷାଧ୍ୟକ୍ଷ ବାସୁଦେବ ଦାଶ, ଯୁଗ୍ମ ସଂପାଦକ ବିଜୟ ଗୌଡ ଏବଂ ଅନ୍ୟ ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ସଂଗ୍ରାମ ପଣ୍ଡାଙ୍କୁ ଭେଟି ନିଜର ଦାବି ଜଣାଇବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ ।

 

Exit mobile version