ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରାମଲୀଳା ମଣ୍ଡପ ରେ ପାଳନ ହେଲା ରାମନବମୀ ଉତ୍ସବ। ରାମଲୀଳା ସଙ୍ଘ ର ସଦସ୍ୟ ମାନେ ହୋମ ଯଜ୍ଞ କରି ପାଳନ କରିଛନ୍ତି ରାମନବମୀ । ପ୍ରତ୍ୟେକ ବର୍ଷ ଏହି ମଣ୍ଡପରେ ରାମଲୀଳା ନାଚ ଉପସ୍ଥାପିତ ହେଉଥିବା ବେଳେ ବର୍ତ୍ତମାନ ସମୟରେ ନାଚ ରେ ମିଶିବା ପାଇଁ ଯୁବ ସମାଜର ଆଗ୍ରହ କମି ଥିବାରୁ ରାମଲୀଳା ନାଚ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ଦିନକୁ ଦିନ ନୟାଗଡ଼ ସହରରୁ ରାମଲୀଳା ନାଚ ଲୋପ ପାଉଥିବା ରୁ ରାମଲୀଳା ନାଚ କୁ କିପରି ବଞ୍ଚାଇ ରଖିହେବ ସେ ଦିଗରେ ଚେଷ୍ଟା ଚଳାଇଛନ୍ତି ରାମଲୀଳା ସଙ୍ଘର ସଦସ୍ୟ ମାନେ . ରାମଲୀଳା ର ପ୍ରଚାର ପ୍ରସାର ପାଇଁ ଅହରହ ଚେଷ୍ଟା ଚଳାଇଥିବା ପ୍ରକାଶ କରିଛନ୍ତି ସଙ୍ଘର ଅଧିକାରୀ ବନମାଳୀ ପାତ୍ର ।
ନୟାଗଡ଼ ରାମଲୀଳା ମଣ୍ଡପ ରେ ପାଳନ ହେଲା ରାମନବମୀ ଉତ୍ସବ !!!

