Site icon Awaj Media

ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାରେ ଭୂତଳ ଜଳ ଓ ପାନୀୟ ଜଳ ଏକ ସଂକଟଜନକ ପରିସ୍ଥିତିରେ ଅଛି । ଜିଲ୍ଲା ରେ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାରେ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସମଗ୍ର ଜିଲ୍ଲାରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ଓଭରହେଡ଼ ପାଣି ଟାଙ୍କି ମାନ ନିର୍ମାଣ କରାଯାଇ ଲୋକାର୍ପିତ କରାଯାଇଥିଲା । କିନ୍ତୁ ବଡ ବିଡମ୍ବନାର ବିଷୟ, ଉକ୍ତ ପ୍ରକଳ୍ପର ନାମ ଫଳକ ଗୁଡିକ ଲୋକଲୋଚନ ନିମନ୍ତେ ସ୍ଥାୟୀ ଭାବରେ ନାମଫଳକ ପ୍ରଦର୍ଶିତ ହେବା ପାଇଁ ଗାଇଡଲାଇନରେ ଥିବାବେଳେ ବର୍ତ୍ତମାନ ଶାସକ ଦଳର ଇଙ୍ଗିତରେ ଜିଲ୍ଲା ପ୍ରଶାସନ ରକ୍ଷଣାବେକ୍ଷଣ ବାହାନାରେ ଉଦ୍ୟଶ୍ୟମୂଳକ ଭାବେ ସେଗୁଡିକୁ ରଙ୍ଗ କରାଯାଇ ବସୁଧା ଯୋଜନା ନାଁ ରେ ନାମିତ କରାଯାଇ ବୈଜୟନ୍ତ ପଣ୍ଡାଙ୍କ ନାମ କୁ ହଟାଇ ଦିଆଯାଉଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପାନୀୟ ଜଳ ଭଳି ସମ୍ବେଦନଶୀଳ ପ୍ରକଳ୍ପରେ ତୁଛା ରାଜନୀତିକରଣ କରିବା ଓ କେନ୍ଦ୍ରୀୟ ଯୋଜନାକୁ ବିଜୁ ଜନତା ଦଳ ନିଜ ଯୋଜନା କହି ମିଛରେ ବାହା ବା ନେବା ଏହାକୁ ବିରୋଧ କରିଛି ଭାରତୀୟ ଜନତା ପାର୍ଟି । ଏଣୁ ଶାସକ ଦଳର ଇସାରାରେ କାର୍ଯ୍ୟ କରୁଥିବା ଜିଲ୍ଲା ପ୍ରଶାସନ ଏଥିରୁ ନିବୃତ୍ତ ରହିବା ଦରକାର ବୋଲି ଭାରତୀୟ ଜନତା ପାର୍ଟି ତରଫରୁ ଦାବୀ ଉପସ୍ଥାପନା କରାଯାଇଛି ।

Exit mobile version