Site icon Awaj Media

ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡାଝୋଲା ସେକ୍ସନ ବାଙ୍କତରା ଗ୍ରାମ ରୁ ରଥକାଠ ଛେଦନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ଓଡଗାଁ ବନାଞ୍ଚଳ ବାହାଡାଝୋଲା ସେକ୍ସନ ର କୁରୁମ ବାଙ୍କତରା ଗ୍ରାମରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ରଥ କାଠ ଛେଦନ କରାଯାଇଛି | ସୂଚନା ଥାଉ କି ପାଇକ ବାଙ୍କତରା ଗ୍ରାମର ରାଜ ବଂଶଧର କିଶୋର ଚନ୍ଦ୍ର ସିଂହ ସାମନ୍ତ ଙ୍କ ପୈତୃକ ଜାଗା ରେ ଥିବା ୪ ଟି ଫାଶୀ ଗଛ କୁ ଶ୍ରୀ ଜୀଉ ଙ୍କ ରଥ ନିର୍ମାଣ ପାଇଁ ଛେଦନ କରାଯାଇଛି | ରଥ ନିର୍ମାଣ ପାଇଁ ନିଜ ଜମିରୁ କାଠ ପ୍ରଦାନ କରିଥିବାରୁ ନିଜର କର୍ମମୟ ଜୀବନ ରୁ ମୁକ୍ତି ପାଇବା ସହ ନିଜ ଅଞ୍ଚଳର ଆଶିଷ କୃପା ଭିକ୍ଷା କରିଛନ୍ତି କିଶୋର ଚନ୍ଦ୍ର ସିଂହ ସାମନ୍ତ | ବାହାଡାଝୋଲା ସେକ୍ସନ ରେ ଫରେଷ୍ଟର ସନାତନ ସ୍ୱାଇଁ ଯୋଗଦେବା ପରେ ୨ ଥର ଶ୍ରୀଜୀଉ ଙ୍କ ରଥ ନିର୍ମାଣ ପାଇଁ କାଠ ପ୍ରଦାନ କରା ଯାଇଥିବା ରଂଜିତ କୁମାର ସିଂହସାମନ୍ତ ପ୍ରକାଶ କରିଛନ୍ତି | ସେ ମଧ୍ୟ୍ୟ କହିଛନ୍ତି ଫରେଷ୍ଟର ସନାତନ ସ୍ୱାଇଁ ଜଣେ ଧର୍ମପରାୟଣ ବ୍ୟକ୍ତି ଅଟନ୍ତି ସେ ଆମ ଅଞ୍ଚଳ ରେ ଯୋଗଦେବା ପରେ ପ୍ରଭୁ ତାଙ୍କର ଡୋରିରେ ଆମ ଅଞ୍ଚଳ କୁ ବାନ୍ଧି ରଖିଛନ୍ତି | ରଥ କାଠ ଛେଦନ ସମୟରେ ବନ ଉନୟନ କମିଟି ର ଅଧକ୍ଷ ବିରଞ୍ଚି ନାରାୟଣ ବେହେରା ଉପସ୍ଥିତ ରହିଥିବା ବେଳେ ବାହାଡାଝୋଲା ବନାଞ୍ଚଳ ର ଭାରପ୍ରାପ୍ତ ଅଧିକାରୀ ସନାତନ ସ୍ୱାଇଁ, ବନରକ୍ଷୀ ଧରଣୀଧର ନାୟକ, ସୁନିଲ କୁମାର ନାୟକ, କବିରାଜ ସାହୁ ଏବଂ ଫରେଷ୍ଟ ସ୍କ୍ଵାର୍ଡ ପଦ୍ମନାଭ ମହାପାତ୍ର, ପ୍ରକାଶ କୁମାର ନାୟକ, ସୂର୍ଯ୍ୟକାନ୍ତ ଖଟୁଆଳ, ବସନ୍ତ କୁମାର ବେହେରା, ଶ୍ରୀଧର ବେହେରା, ଚିତ୍ତରଞ୍ଜନ ନାୟକ ପ୍ରମୂଖ ବନ କର୍ମଚାରୀ ଉପସ୍ଥିତ ଥିଲେ |

Exit mobile version