Site icon Awaj Media

ଅନୁଗୁଳ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ହାଇସ୍କୁଲ ପଡିଆରେ ଚାଲିଥିବା ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ମଙ୍ଗବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମେଳାରେ ପ୍ରାୟ ୬୦ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ କାରବାର ହୋଇଥିଲା । ସୋନପୁର ର ଜୟ ହନୁମାନ ସଂଘ ଦୁଇ ଲକ୍ଷରୁ ଅଧିକ ଟଙ୍କାର କାରବାର କରି ପୁରସ୍କୃତ ହୋଇଛି । ସେହିଭଳି ବଲାଙ୍ଗୀର, ବାଲେଶ୍ଵର ଏବଂ ଅନୁଗୁଳ ଫ୍ରେସ ଭଲ ବିକ୍ରି ବଟା ଯୋଗୁଁ ପୁରସ୍କୃତ ହୋଇଥିଲେ । ମେଳାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଟେରାକୋଟା ଏବଂ ରାସନ୍ ସାମଗ୍ରୀ ଲୋକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା ।

Exit mobile version