ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ର ପ୍ରତାପ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହେଲା ଏକର ଏକର ଫସଲ । ଖବର ମୁତାବକ ମଙ୍ଗଳବାର ମଧ୍ୟାହ୍ନରେ ପ୍ରତାପ ଜଙ୍ଗଲରେ କୌଣସି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲା । ଫଳରେ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ବେହେରା ଏବଂ ନାରାୟଣ ବେହେରାଙ୍କ ଚାରି ଏକର ଜମିରେ ନିଆଁ ଲାଗି ଯାଇଥିଲା । ଉକ୍ତ ଜମିରେ ବହୁମାତ୍ରାରେ ରୋପଣ ହୋଇଥିବା ଆମ୍ବ, କାଜୁ, ଲେମ୍ବୁ ଏବଂ ଶାଗୁଆନ ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇ ଗୋଟି ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବାରମ୍ବାର ବନବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଅନୁରୋଧ କରାଯାଉଥିଲେ ସୁଦ୍ଧା ଦୁର୍ବୁତ୍ତ ମାନେ ତାହାକୁ ଭୃକ୍ଷେପ କରୁ ନାହାନ୍ତି ଏବଂ ଏପରି କାଣ୍ଡ ଭିଆଉଛନ୍ତି । ବନବିଭାଗ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି ।
ବାଣପୁର ପ୍ରତାପ ଜଙ୍ଗଲରେ ଅଗ୍ନିକାଣ୍ଡ : ବହୁ ମୂଲ୍ୟବାନ ଗଛ ନଷ୍ଟ !!!

