Site icon Awaj Media

ମୃତକଙ୍କ ପରିବାର କୁ ଦୁର୍ଘଟଣା ମୃତ୍ୟୁ ଜନିତ କ୍ଷତିପୂରଣ ଅର୍ଥ ପ୍ରଦାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଜଜ୍ ତଥା ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବୁନାଲ ର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୈ।ଧୁରୀ ଙ୍କ ଜରିଆରେ ଏକ ଦୁର୍ଘଟଣା ମୃତ୍ୟୁ ଜନିତ କ୍ଷତିପୂରଣ ବାବଦ ଅର୍ଥ ୫୦ ଲକ୍ଷ ୪୦ ହଜାର ଟଙ୍କା ମୃତକ ସୂର୍ଯ୍ୟ ନାରାୟଣ ଶତପଥୀ ଙ୍କ ସ୍ତ୍ରୀ ସୁଜାତା ଶତପଥୀ ଏବଂ ତାଙ୍କର ତିନି ଝିଅ ସଙ୍ଗୀତା , ସରିତା ଓ ସସ୍ମିତା ଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିୟୁ ଇଣ୍ଡିଆ ଇନସ୍ୟୁରାସ କମ୍ପାନୀ ର ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ବୃନ୍ଦାବନ ମଲ୍ଲିକ, ପରିଚାଳକ କୃଷ୍ଣଚନ୍ଦ୍ର ବେହେରା, ଅନ୍ୟତମ ପରିଚାଳକ ଶତପଥୀ ନାୟକଙ୍କ ଉପସ୍ଥିତି ରେ ଏହି ଅର୍ଥ ରାଶି ମୃତକ ଙ୍କ ପରିବାରକୁ ଦିଆଯାଇଥିଲା । ପ୍ରକାଶ ଥାଉକି ୧୨/୧୦/୨୦୧୮ ରିଖ ରେ ଗତିଶ୍ଵର ଦେବ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ଶତପଥୀ ଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ୧୨/୦୩/୨୦୨୨ ରିଖ ରେ ଜାତୀୟ ଲୋକ ଅଦାଲତରେ ଜିଲ୍ଲା ଜଜ୍ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ ଏବଂ ଜିଲ୍ଲା ଆଇନ୍ ସହାୟତା ଅଧିକାରୀ ବିଶେଷ କୁମାର ସାହୁ ଙ୍କ ସହାୟତା ରେ କମ୍ପାନୀ ଓକିଲ ରମେଶ ଚନ୍ଦ୍ର ଚମ୍ପତିରାୟ ଏବଂ ପ୍ରତିପକ୍ଷ ଆବେଦନକାରିଣୀ ମାନଙ୍କ ଓକିଲ ଚିତ୍ତରଞ୍ଜନ ପଟ୍ଟନାୟକ ଓ ଜୁଜୁ ମହାପାତ୍ର ଏବଂ କମ୍ପାନୀ କର୍ମକର୍ତ୍ତାଙ୍କୁ ଉପସ୍ଥିତି ରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ରାଜିନାମା ରେ ସ୍ଵାକ୍ଷର କରାଯାଇ ଅର୍ଥରାଶି ଦିଆ ଯାଇଥିଲା ।

 

Exit mobile version