ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ଦୁର୍ଗାପ୍ରସାଦ ମେରୁ ଉତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । କରୋନା ଲାଗି ଦୁଇ ବର୍ଷ ଏହି ଉତ୍ସବ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ଦଣ୍ଡ ଠାକୁର ଙ୍କୁ ଧରି ହଜାର ହଜାର ଭକ୍ତ ଦୁର୍ଗାପ୍ରସାଦ ଠାରୁ ଶୋଭାଯାତ୍ରା ରେ ବାହାରି ନୟାଗଡ଼ ସହର ପରିକ୍ରମା କରିଥିଲେ । ଆଲୋକ ସାଜସଜ୍ଜା ସହ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଏବଂ ପାଟ ପଟୁଆର ନେଇ ଆସୁଥିବା ଦଣ୍ଡ ଠାକୁର ଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ।
ଆଡମ୍ବର ସହକାରେ ପାଳିତ ହେଲା ଦୁର୍ଗାପ୍ରସାଦ ମେରୁ ଉତ୍ସବ !!!

