Site icon Awaj Media

ତାଳଚେର ମେଡିକାଲ୍ କଲେଜ ସ୍ଥିତାବସ୍ଥା ନେଇ ସ୍ଥାନୀୟ ବାସିନ୍ଦାଙ୍କ ବୈଠକ !!!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ମେଡିକାଲ୍ କଲେଜକୁ ସରକାର ପରିଚାଳନା କରିବା ଦାବିରେ ଆଜି ଏକ ବୈଠକ ସ୍ଥାନୀୟ ଘଣ୍ଟପଡା ୱାସେରୀ ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସି.ଏସ୍.ଆର. ବିନିଯୋଗରେ ଏମ୍.ସି.ଏଲ୍. ପକ୍ଷରୁ ତାଳଚେର ରେ ନିର୍ମିତ ମେଡିକାଲ୍ କଲେଜକୁ ସରକାର ପରିଚାଳନା କରିବାକୁ ଦାବି ହୋଇଥିଲା । ଏହି ମେଡିକାଲକୁ ସରକାର ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲେ ବି ଆଜି ଯାଏଁ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ଦିନକୁ ଦିନ ସହରରେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ ଭିଡ଼ ବଢୁଛି । କିନ୍ତୁ ସରକାରଙ୍କ ଅଧୀନରେ ନ ଥିବାରୁ ଏହାର ପରିଚାଳନା ଠିକ ଭାବେ ହୋଇ ପାରୁନାହିଁ । ଫଳରେ ରୋଗୀ ମାନେ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଏ ନେଇ ସହରବାସୀ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ସମେତ ଜିଲ୍ଲାର ସମସ୍ତ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । କିନ୍ତୁ ଆଜି ଯାଏଁ ଦାବି ପୂରଣ ହୋଇନାହିଁ । ତାଳଚେର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ତୃଣମୂଳ ସ୍ତରରେ ଏକ ଜନ ଆନ୍ଦୋଳନ ଆଗାମୀ ୨୩ ଏପ୍ରିଲ ଦିନ ସ୍ଥାନୀୟ ଅନନ୍ତ ବିହାର ଦୁର୍ଗାମଣ୍ଡପ ପଡିଆ ପ୍ରାଙ୍ଗଣରେ ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଅନୁଷ୍ଠାନର ସଭାପତି ଭୂପେନ୍ ଥମ୍ବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦ୍ରୁମଦ ପ୍ରଧାନ, ସରୋଜ ଧର, କଳାକାର ନାଏକ, ମହେଶ୍ୱର ସାହୁ, ଜିତେନ୍ ମହାପାତ୍ର, ପୁରନ୍ଦର ସାହୁ, କ୍ଷୀରୋଦ ସାହୁ, ନିରଂଜନ ରାଉତ, ମୁରଲୀ ବେହେରା, ସଂଜୟ ବେହେରା, ରଂଜନ ବେହେରା, ବିଶ୍ୱନାଥ ନାଏକ, ବାଉରୀବନ୍ଧୁ ପ୍ରଧାନ, ସନାତନ ମହାପାତ୍ର, ସଂଜୟ କୁମାର ମିଶ୍ର, ଟିକମ ସାହୁ, ପବିତ୍ର ନାଏକ, ପିତାମ୍ବର ସାହୁ, ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Exit mobile version