Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୧୦୮ ତମ ସାପ୍ତାହିକ କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁର ସ୍ଥିତ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଜକୁ ଦୀର୍ଘ ୭୫୬ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି କରୋନା ସଚେତନତା, ରିଲିଫ ଓ କରୋନା କିଟ୍ ବିତରଣ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଯାଜପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସ୍ବେଚ୍ଛାସେବୀ ସରୋଜ ଜେନା, ପ୍ରହଲ୍ଲାଦ ଦାସ, ସ୍ମୃତିରଞ୍ଜନ ନାୟକ, ମନୋରଞ୍ଜନ ଦାଶ, ଜ୍ୟୋତ୍ସ୍ନାରାଣୀ ଦାସ, ପିନାକୀ ଦାସ, ଚିନ୍ମୟ ଜେନା, ଶିବାଦିତ୍ୟ ଦାଶ, ଭାଗବତ ମଲ୍ଲିକଙ୍କ ସହ କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡୀଙ୍କ ନେତୃତ୍ୱରେ ନୀଳାଚଳ ଶବର, ହରି ନାୟକ, ଭଜନ କାଣ୍ଡ, ଭବାନୀ ବେମାଲ, ଗିରିଧାରୀ ଧାଙ୍ଗଡ଼ ମାଝୀ, ଦେବରାଜ ବିଶ୍ବାଳ, ଯୁଗେଶ୍ୱର ଧାଙ୍ଗଡ଼ମାଝୀ, ରଘୁନାଥ ରାଉତ, ସତ୍ୟନାରାୟଣ କାଣ୍ଡ, ସୁଶୀଲ ପୂଜାରୀ ଆଦି ଯୋଗଦେଇ ଲୋକମାନଙ୍କୁ ମାକ୍ସ, ସାନିଟାଇଜର, ଓ.ଆର.ଏସ, ଖାଦ୍ୟ ,ବସ୍ତ୍ର ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା ।

Exit mobile version