Site icon Awaj Media

ଡେରାବିଶ ତହସିଲ ଦ୍ୱାରା ଜବରଦଖଲ ଉଚ୍ଛେଦ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ତହସିଲ ଅଧୀନ ଚାଟେରା ଚକଡା ଅଞ୍ଚଳରେ କରାଯାଇଛି ଜବରଦଖଲ ଉଛେଦ l ସୂଚନା ଅନୁଯାୟୀ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ସରକାରୀ ଜାଗାକୁ ବେଆଇନ ଭାବେ ଜବରଦଖଲ କରି ଦୋକାନ ଓ ଘର କରିଥିବା ଲୋକ ଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା l ଦୁଇ ଥର ନୋଟିସ ପ୍ରଦାନ ପରେ ଶେଷରେ ଡେରାବିଶ ର ଅତିରିକ୍ତ ତହସିଲଦାର ସୁଜିତ କୁମାର ସ୍ୱାଇଁ ଙ୍କ ଉପସ୍ଥିତି ରେ ଜବରଦଖଲ ହୋଇଥିବା ଘର ଓ ଦୋକାନ କୁ ଜେସିବି ଯୋଗେ ଭଙ୍ଗା ଯାଇଛି l ଚାଟେରା ଚକଡା ଅଞ୍ଚଳ ର ତହସିଲ ଅଫିସ ସାମ୍ନା ଓ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଜବରଦଖଲ ହୋଇଥିବା ଜାଗା କୁ ଖାଲି କରାଯାଇଛି । ପ୍ରଥମେ ଜବରଦଖଲକାରୀ ଙ୍କୁ ତହସିଲଦାର ଉଛେଦ ପାଇଁ ନୋଟିସ କରିଥିଲେ l ତେବେ ଜବରଦଖଲକାରୀ ମାନେ ତହସିଲଦାର ଙ୍କୁ ଅବମାନନା କରିବାରୁ ହାଇକୋର୍ଟ ହସ୍ତକ୍ଷେପ କରିଥିଲେ । ହସ୍ତକ୍ଷେପ ପରେ ଶେଷରେ ଉଛେଦ କରାଯାଇଛି । ସୂଚନାରୁ ପ୍ରକାଶ , କିଛି ଜବରଦଖଲକାରୀ ମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ନୋଟିସ ଦିଆଯାଇଛି କିନ୍ତୁ ତାଙ୍କର ଅନ୍ୟତ୍ର ଥଇଥାନ ର କୌଣସି ବ୍ୟବସ୍ଥା କରା ଯାଇନାହିଁ । ଏସବୁ ଅଭିଯୋଗ ସତ୍ୱେ ଆଇନ ଶୃଙ୍ଖଳା ଦୃଷ୍ଟି କୋଣରୁ ଡେରାବିଶ ପୋଲିସ ଙ୍କ ଏକ ପ୍ଲାଟୁନ ଫୋର୍ସ ର ଉପସ୍ଥିତି ରେ ଉଛେଦ କାର୍ଯ୍ୟ କରାଯାଇଛି l

Exit mobile version