Site icon Awaj Media

” ପାରିଆପଣେ ପାଣ୍ଡିଆ ” ପୁସ୍ତକ ଲୋକାର୍ପଣ ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରୋଟାରୀ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ଙ୍କ ଦ୍ଵାରା ବିଶ୍ଵନାଥ ମହାପାତ୍ର ଙ୍କ ରଚିତ ଉପନ୍ୟାସ ” ପାରିଆପଣେ ପାଣ୍ଡିଆ ” ଲୋକାର୍ପିତ ହୋଇଯାଇଛି । ନୟାଗଡ଼ ର ବହୁ ସାରସ୍ଵତ ପ୍ରେମୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୈାରହିତ୍ୟ କରିଥିବା ବେଳେ ରଞ୍ଜୁବାଳା ପ୍ରକାଶନୀ ର ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ଅଲେଖ ବେହେରା ଓ ପାଣ୍ଡବ ପ୍ରଧାନ ପୁସ୍ତକ ଉତ୍ସର୍ଗ ହୋଇଥିବା ସ୍ୱର୍ଗତ ବିଚ୍ଛେଦ ମହାପାତ୍ରଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି , ଖ୍ୟାତନାମା ଗାଳ୍ପିକ ତପନ ମହାପାତ୍ର ଏବଂ ସଙ୍ଗୀତକାର ଶରତ କୁମାର ସାହୁ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମୀକ୍ଷକ ଭାବେ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପୁସ୍ତକର ବିଭିନ୍ନ ସୃଜନଶୀଳ , ଯୁଗାଧର୍ମୀ , ସକାରତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ବକ୍ତା ଭାବେ ସାମ୍ୟବାଦୀ ର ପ୍ରାକ୍ତନ ସମ୍ପାଦକ ସନ୍ତୋଷ ଦାଶ ଏବଂ ପୁର୍ବତନ ସାଂସଦ ରବିନାରାୟଣ ମହାପାତ୍ର ଲେଖକଙ୍କ ର କ୍ରାନ୍ତିକାରୀ ସାରସ୍ଵତ ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟ ଭୁଷଣ ବିଜୟ କୁମାର ଚୈ।ଧୁରୀ , ଲେଖକ ଶ୍ରୀ ମହାପାତ୍ର ଙ୍କର ନିଆରା ସ୍ୱାଦର ରଚନା ଗୁଡିକ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡ. ମଲ୍ଲିକ ଲେଖକ ଶ୍ରୀ ମହାପାତ୍ରଙ୍କର ଏହି ପୁସ୍ତକ ର ଜୀବନ୍ତ ବର୍ଣ୍ଣନା ଶୈଳୀ, ଚରିତ୍ର ମାନଙ୍କର ବାସ୍ତବ ରୁପାୟନ ଓ ସାଧାରଣ ମଣିଷର ନିଚ୍ଛକ ଜୀବନ ଚିତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ । ଆଧୁନିକ ସମାଜରେ ଘଟୁଥିବା ଅସାମାଜିକ ବିକଳ ଚିତ୍ର ଠାରୁ କରୋନା ଦୁର୍ବିସହ ଯନ୍ତ୍ରଣା ପର୍ଯ୍ୟନ୍ତ ପ୍ରତିଫଳିତ କରୁଥିବା ଏହି ଉପନ୍ୟାସ ର ଲୋକାର୍ପିତ ଉତ୍ସବ କୁ ଶିକ୍ଷାବିତ ଅଶୋକ ମଲ୍ଲ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ବିଦୁଲତା ଷଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version