Site icon Awaj Media

ବାଲ୍ୟ ବିବାହ ରୋକିବା ପାଇଁ ହରିପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ବଡ଼ ପଦକ୍ଷେପ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ରେ ବାଲ୍ୟ ବିବାହ ରୋକିବା ପାଇଁ ଗ୍ରହଣ କରାଯାଇଛି ବଡ ପଦକ୍ଷେପ . ସରପଞ୍ଚ ଜିତେନ୍ଦ୍ର ଖଟୁଆ ଙ୍କ ଉଦ୍ୟମରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ | ନୂଆଗାଁ ବ୍ଲକ ଅଞ୍ଚଳ ରେ ବାଲ୍ୟ ବିବାହ ଧୀରେ ଧୀରେ ବଢୁଥିବାର ଦେଖି ଆଜି ନିଜ ଗ୍ରାମପଞ୍ଚାୟତ ପରିସରରେ ବାଲ୍ୟ ବିବାହ କୁ ରୋକିବା ପାଇଁ ଗ୍ରାମପଞ୍ଚାୟତ ର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ତଥା ଅଙ୍ଗନୱାଡି କର୍ମୀ ଏବଂ ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ନୂଆଗାଁ ବ୍ଲକ ICDH ସୁପରଭାଇଜର ମଞ୍ଜୁଶ୍ରୀ ପଣ୍ଡା, CHSI ସୁଜାତା ବେହେରା, ସୋମନାଥ ଦେବ ବିଦ୍ୟାପୀଠ ର ଶିକ୍ଷକ ବିଜୟ କୁମାର ବାରିକ ଙ୍କୁ ନେଇ ଏକ ବୈଠକ ବସିଥିଲା | ସୁପରଭାଇଜର ଶ୍ରୀମତୀ ପଣ୍ଡା ଗୋଟିଏ ଛୋଟ ଝିଅ କୁ ବିବାହ କରାଇବା ଦ୍ୱାରା ତା ଉପରେ ପଡୁଥିବା କୁପ୍ରଭାବ ବିଷୟରେ ବକ୍ତବ୍ୟ ରଖିଥିଲେ | ସରପଞ୍ଚ ଜିତେନ୍ଦ୍ର ଖଟୁଆ ନିଜର ଅଭିଭାଷଣ ରେ କହିଥିଲେ ଗୋଟିଏ ଝିଅ କୁ ବୟସ ନହେବା ପୂର୍ବରୁ ବିବାହ ଦେବା ଆଇନ ଅନୁସାରେ ଦଣ୍ଡନୀୟ ଅଟେ | ନିଜର କୁନି କୁନି ଝିଅ ଙ୍କୁ ବିବାହ ଦେଇ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଅଭିଭାବକ | ଆଗାମୀ ଦିନ ରେ ହରିପୁର ଗ୍ରାମପଞ୍ଚାୟତ ରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାମପଞ୍ଚାୟତ ର ପ୍ରତେକ ଅଞ୍ଚଳ କୁ ଯାଇ ଲୋକମାନଙ୍କୁ ସଚେତନ କରାଯିବ | ଏବଂ ଯେଉଁ ବ୍ୟକ୍ତି ମାନେ ଏଥିରେ ଅବମାନନା କରିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ |

Exit mobile version