Site icon Awaj Media

କଟରପଡା ଗ୍ରାମରେ ବାବା ସାହେବ ଡା.ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିକୋଇଲି ବ୍ଲକ କଟରପଡା ଗ୍ରାମରେ ଭାରତରତ୍ନ ବାବା ସାହେବ ଡା.ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି . କଟରପଡା ଗ୍ରାପ ଅନ୍ତର୍ଗତ କଟରପଡା ଗ୍ରାମରେ ଶିକ୍ଷକ ନେତା ବଟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟି ସଭାପତି ରମାକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ କି ବାବା ସାହେବଙ୍କ ଭାରତ ବର୍ଷର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ । ଆମ ଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଓ ସଂଘର୍ଷ ପରେ ଦେଶ ସ୍ୱାଧୀନ ହେଲା , ପରେ ବାବା ସାହେବଙ୍କ ଦ୍ୱାରା କାର୍ଯକାରୀ ହୋଇ ଆଇନ ର କାର୍ଯ୍ୟକାରିତା ଯୋଗୁଁ ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ସମ୍ବିଧାନ ପ୍ରଣୟନ ହୋଇ ପାରିଛି ।

ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ପ୍ରଣୟନ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଗର୍ବ ଓ ଗୌରବ । ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣ ଓ ଅନୁସୂଚିତ ଜାତି / ଜନଜାତି / ଅବହେଳିତ ବର୍ଗଙ୍କ ନିମନ୍ତେ ଏକ ବରଦାନ । ଯାହା ପାଇଁ ଆଜି ସମାଜର ମୂଖ୍ୟ ସ୍ରୋତରେ ସମସ୍ତେ ସାମିଲ ହେବା ପାଇଁ ସକ୍ଷମ ହୋଇ ପାରିଛନ୍ତି । ତଥାପି ଅନେକ ଅବହେଳିତ ଅବସ୍ଥାରେ ଅଛନ୍ତି । ସେଥିପାଇଁ ଆମ୍ଭେମାନେ ସମସ୍ତେ ସଂଗଠିତ ହୋଇ ଏକତ୍ରିତ ହୋଇ ପାରିଲେ ଆମ୍ଭ ମାନଙ୍କର ଅଧିକାର ପାଇପାରିବା । ଶିକ୍ଷା ଆମ ସମସ୍ତଙ୍କ ପାଇଁ ଅନିର୍ବାଯ୍ୟ ଅଟେ । କେହି ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନ ହୁଏ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ । ସାମାଜିକ, ପାରିବାରିକ ହିଂସା ଏକ ସଭ୍ୟ ସମାଜ ପାଇଁ ବିପଦ ସୃଷ୍ଟି କରିଛି । ବାବା ସାହେବଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଗଠିତ ଭାବେ ଏକତ୍ରିତ ହେବା ନିତ୍ୟାନ୍ତ ଆବଶ୍ୟକ । ତାଙ୍କ ସ୍ମୃତିକୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବା ଆମ୍ଭମାନଙ୍କର ନିମନ୍ତେ ପ୍ରାଥମିକତା ହେବା ଦରକାର । ତାଙ୍କ ନାମରେ ଏକ ସଙ୍ଗଠନ ପଞ୍ଜିକୃତ ହେବା ପାଇଁ ପ୍ରତ୍ୟେକ ଗ୍ରାପରେ ଥିବା ଅବହେଳିତ ଜାତି , ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗ କରିବାକୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିପିନ ବିହାରୀ ମଳିକ, ରାମଚନ୍ଦ୍ର ମଳିକ, କରୁଣାକର ସାମଲ, ଚକ୍ରଧର ସାମଲ, ବିନୋଦ ମଳିକ, ନରହରି ମଳିକ , ଝିଲ୍ଲୀ ସାମଲ, ସୁଦର୍ଶନ ସାମଲ, ବ୍ୟୋମକେଶ ପରିଡା, ସୁଲୋଚନା ସାମଲ, ଲିଲି ମଳିକ, ଦିବାକର ସାମଲ ପ୍ରଭୁତି ବାବା ସାହେବ ଙ୍କ ତୈଳ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ ଆମ ଦେଶ ପାଇଁ ଅବଦାନ ଓ ବର୍ତ୍ତମାନ ସମାଜରେ ଆମ୍ଭେ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ପାଉଥିବା ସମ୍ମାନ ବିଷୟରେ ବକ୍ତବ୍ୟ ରଖିଥିଲେ। ସଭା ଶେଷରେ ବଉଳ ସାମଲ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ ।

Exit mobile version