Site icon Awaj Media

ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ଗୋ ସେବା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ଗୋ ସେବା । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡା ପଞ୍ଚାୟତ ନିଣିକଣା ଗ୍ରାମରେ ଥିବା ଗୋ ଶାଳାରେ ଆଜି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଡେରାବିଶ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଗୋ ଶାଳାରେ ଥିବା ସମସ୍ତ ଗୋରୁ ମାନଙ୍କୁ ଦଳର କର୍ମକର୍ତ୍ତା ମାନଙ୍କ ସମେତ ବିଜୁ ଜନତା ଦଳର ବ୍ଲକ ସଭାପତି ତଥା ବ୍ଲକ ଉପାଧକ୍ଷା ଦେବାଶିଷ ଆଚାର୍ଯ୍ୟ ଗାଧୋଇ ଦେବା ସହ ଖାଦ୍ୟ ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ଆଗାମୀ ଦିନରେ ଏହି ଗୋ-ଶାଳା ର କିଭଳି ଭାବେ ଉନ୍ନତି କରଣ କରାଯାଇ ପାରିବ ତାହାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।

Exit mobile version