Site icon Awaj Media

ବିଜୁ ବାବୁଙ୍କ ୨୫ ତମ ପୂଣ୍ୟତିଥି : ବାଣପୁର ଏନଏସିରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ପାଳିତ ହୋଇ ଯାଇଛି ଓଡ଼ିଶାର ପୂର୍ବତନ ମୁଖମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ । ପୂର୍ବାହ୍ନରେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଦଳୀୟ କର୍ମୀଙ୍କ ସହ ମେଡିକାଲ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ତାଙ୍କ ଅମର ଆତ୍ମର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଅଧ୍ୟକ୍ଷ ଶ୍ରୀ ନାୟକ ବାଣପୁର ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ଭେଟିବା ସହ ସେମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସିର ବହୁ ବିଜେଡି କର୍ମୀମାନେ ସାମିଲ ଥିଲେ ।

Exit mobile version