Site icon Awaj Media

ସମାଜର ବିକାଶ ଓ ରାଷ୍ଟ୍ର ଗଠନରେ ରାଜନୀତି ବିଜ୍ଞାନ ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବାଙ୍କୋଇସ୍ଥିତ କାଳୀଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ କଲେଜ ର ରାଜନୀତି ବିଜ୍ଞାନ ଆନୁକୁଲ୍ୟରେ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ସୁକାନ୍ତ କୁମାର ବେହେରାଙ୍କ ଆବାହକତ୍ୱରେ ରାଜନୀତି ବିଜ୍ଞାନ କର୍ମଶାଳା ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କଲେଜର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମରେ କଲେଜର ଅଧକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବୋଲଗଡ ବ୍ଲକର ଅଧ୍ୟକ୍ଷା ହୁଲାସ ପ୍ରଧାନ , ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ , କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକର୍ମ ପ୍ରାରମ୍ଭରେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରୀତବାସ ମିଶ୍ର ବେଦପାଠ ଓ ଶାନ୍ତି ପାଠ କରିଥିଲେ । ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ଶ୍ରୀ ବେହେରା ବାର୍ଷିକ ବିବରଣୀ ପଠନ କରି ରାଜନୀତି ବିଜ୍ଞାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷାର୍ଥୀ ମାନେ ନବାଗତ ବିଦ୍ୟାର୍ଥୀ ମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷାନୁଷ୍ଠାନର ଅଧକ୍ଷ ଶ୍ରୀ ସାମନ୍ତରାୟ ଓ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ଶ୍ରୀ ବେହେରା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦେଶର ସମ୍ବିଧାନ ଗଠନରେ ଓ ବିକାଶ ପାଇଁ ରାଜନୀତି ବିଜ୍ଞାନ ଅତିବ ଗୁରୁତତ୍ୱପୂର୍ଣ୍ଣ । ରାଜନୀତି ବିଜ୍ଞାନ ସମ୍ବିଧାନର ଧାରା ଅନୁସାରେ ସମସ୍ତ ନ୍ୟାୟାଳୟ ର ବିଚାରପତି , ଲୋକସଭା ତଥା ରାଜ୍ୟସଭାର ସଦସ୍ୟ ଓ ବିଭିନ୍ନ ରାଜ୍ୟର ବିଧାନ ସଭାର ସଦସ୍ୟ ମାନେ ଏବଂ ପ୍ରଶାସନିକ ଅଧିକାରୀ ମାନେ ଜନ କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି ବୋଲି ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କାଳୀଚରଣ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଣି ସମସ୍ୟା ରହିଥିବାରୁ ଏହାକୁ ଶୀଘ୍ର ଦୁରୀକରଣ କରିବା ପାଇଁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ନିର୍ଭର ପ୍ରତିଶୃତି ଦେଇଥିଲେ । ପରିଶେଷରେ ଅଧ୍ୟାପକ ଡକ୍ଟର ପ୍ରୀତବାସ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version