Site icon Awaj Media

ବାଣପୁର ରାଣୀପଡ଼ା ଗ୍ରାମରେ ଶ୍ରୀଅରବିନ୍ଦଙ୍କ ୩୧ ତମ ବାର୍ଷିକ ଉତ୍ସବ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣିପଡ଼ା ଗ୍ରାମସ୍ଥିତ ମାତୃ ନିବାସ ପରିସର ମଧ୍ୟରେ ସୋମବାର ଦିନ ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୩୧ ତମ ବାର୍ଷିକ ଉତ୍ସବ ଏବଂ ମାତୃକୃପାର ୧୮ତମ ଆସ୍ପୃହା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରାତଃରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ, ବନ୍ଦେ ମାତରମ୍, ଧୂପପୁଷ୍ପ ଅର୍ପଣ, ମନ୍ତ୍ରାବୃତ୍ତି, ଧ୍ୟାନ ଓ ପ୍ରାର୍ଥନା ଆଦି କରାଯାଇଥିବା ବେଳେ ପୂର୍ବାହ୍ନରେ କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ୱାବଧାନରେ ଦୁର୍ଗାସ୍ତୋତ୍ର ଆବୃତ୍ତି , ମା’ ପୁସ୍ତକ ପଠନ ଓ ମାତୃବନ୍ଦନା କାର୍ଯ୍ୟକ୍ରମ କରାଯାଇଥିଲା । ଏହାପରେ ସୁରେନ୍ଦ୍ର କୁମାର ଜେନା, ସୂର୍ଯ୍ୟକାନ୍ତ ମହାରଣା ଏବଂ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଆଧ୍ୟାତ୍ମିକ ଆଲୋଚନା ହୋଇଥିବା ବେଳେ ଅପରାହ୍ନରେ ପ୍ରସାଦ ସେବନ ପରେ ରାଣୀପଡ଼ା ସଂଗଠକ ଗୋପୀନାଥ ସାହୁଙ୍କ ଦ୍ୱାରା ଆଧ୍ୟାତ୍ମିକ ପତାକା ଅବତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଅରବିନ୍ଦ ମାତୃକୃପାର ସମସ୍ତ ସଭ୍ୟ ସଭ୍ୟାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ରାଣୀପଡ଼ା ଗ୍ରାମର ସଭ୍ୟ ତଥା ଗୋଦାବରୀଶ ମହାବିଦ୍ୟାଳୟ କନିଷ୍ଠ କିରାଣୀ ଦୁର୍ଯ୍ୟୋଧନ ସାହୁ ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ କୁ ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ଉକ୍ତ ଦିବ୍ୟ କାର୍ଯ୍ୟରେ ବାଣପୁର ବ୍ଳକ୍ ନୂତନ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗକୁ ବଢିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ।

Exit mobile version