Site icon Awaj Media

କନ୍ଧମାଳ ରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ : ୨୭ ଜଣଙ୍କର ଶୁଣାଣି ହେଲା !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ । ଯାହାକୁ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା ବୃନ୍ଦା ଡି, ଏସ୍‌ପି ଭିନୀତ ଅଗ୍ରଓ୍ୱାଲ୍‌, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସୋମବାର ଦିନ ପ୍ରାୟ ୨୭ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି l ତେବେ କରୋନା ସଂକ୍ରମଣ ଲାଗି ଦୁଇ ବର୍ଷ ହେଲା ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ସୋମବାର ଦିନ ଆରମ୍ଭ ହୋଇଛି । କିନ୍ତୁ ଆବଶ୍ୟକ ପ୍ରଚାର ପ୍ରସାର ହୋଇ ପାରିନଥିବା ଯୋଗୁଁ କମ୍‌ ସଂଖ୍ୟକ ଲୋକ ଆସିଥିବା ଜଣାପଡିଛି ।

Exit mobile version