Site icon Awaj Media

‘ଆକାଂକ୍ଷା’ ସମୀକ୍ଷା ବୈଠକ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲଲାଦ ସିଂ ପଟେଲ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷକ ଠାରେ କେନ୍ଦ୍ର ଖାଦ୍ୟ ଉତ୍ପାଦନ ଶିଳ୍ପ ତଥା ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହ୍ଲାଦ ସିଂ ପଟେଲଙ୍କ ଅଧ୍ୟକ୍ଷତାରେ ‘ଆକାଂକ୍ଷା’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ମାଇକ୍ରୋ ଏବଂ ସ୍କିଲ ଉନ୍ନତି କରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପି ଏମ୍ଏସ୍ ବି ୱାଇ ଯୋଜନା ଓ ସୌଭାଗ୍ୟ ଯୋଜନା ଉପରେ ପୁଙ୍ଖନୁପୁଙ୍ଖା ଆଲୋଚନା କରିଥିଲେ l ଗଜପତି ଜିଲ୍ଲା ହେଉଛି ଆଦିବାସୀ ଅଧ୍ୟୁଷିତ ତଥା ଆକାଂକ୍ଷା ଜିଲ୍ଲାରେ ପରିଗଣିତ ହୋଇଥିବାରୁ ଭାରତ ସରକାର ଦ୍ୱାରା ବିଭିନ୍ନ ଯୋଜନା ମଧ୍ୟରେ ହାତକୁ ନିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ l ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠି, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡି ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

ଉକ୍ତ ସମୀକ୍ଷା ବୈଠକରେ ଗଜପତି ଜିଲ୍ଲାର ଏ. ସୁରିତା କଲିକାତାର ନାରାୟଣ ହସ୍ପିଟାଲରେ, ରାଇପୁର ହସ୍ପିଟାଲରେ ମେଘନାଙ୍କ ଚିକିତ୍ସା ଏବଂ ଜୟଦେବ ଆଇସ୍ପେସଟାକଲେସ କେନ୍ଦ୍ର ସରକାର ଦ୍ୱାରା ଆରବିଏସକେ ଯୋଜନାରେ ଚିକିତ୍ସା ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ସମ୍ମାନନୀତି କରିଥିଲେ l ପରେ କେନ୍ଦ୍ର ମନ୍ତ୍ରୀ କେରାଣ୍ଡି ଗ୍ରାମପଞ୍ଚାୟତ ପରିଦର୍ଶନ କରି ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମା ମାନଙ୍କୁ ଜଳ ସମସ୍ୟା ଉପରେ ପଚାରି ବୁଝି ଥିଲେ l ଏଥିରେ କେରାଣ୍ଡି ପଂଚାୟତ ସରପଞ୍ଚ ଶ୍ରୀ ଦଣ୍ଡ ପାଣି, ନାଇବ ସରପଞ୍ଚ ଶ୍ରୀମତି ଅମିତି ମହାଲକ୍ଷ୍ମୀ, ସମିତି ମେମ୍ବର ଶ୍ରୀ ଡୋନକାନି ଧରମା, ଗୋଷଣୀ ବିଡ଼ିଓ ଶ୍ରୀ ନୀଳ ମାଧବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ, ସମଗ୍ର ଭାରତ ବର୍ଷରେ ୧୧୨ଗୋଟି ଜିଲ୍ଲା ପଛୁଆ ଜିଲ୍ଲା ତଥା ଆକାଂକ୍ଷା ଜିଲ୍ଲା ଭାବେ ଚିହ୍ନଟ କରାଯାଇ ପରିଗଣିତ ହେଉଛି l ଓଡିଶାର ୧୦ଗୋଟି ଜିଲ୍ଲା ମଧ୍ୟରୁ ଗଜପତି ଏହି ଆକାଂକ୍ଷା ଜିଲ୍ଲାରେ ପରିଗଣିତ ହେଉଛି l ଏହି ଜିଲ୍ଲା ଗୁଡିକର ବିକାଶ ତଥା ଉନ୍ନୟନ କରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମୀକ୍ଷା କରାଯାଉଛି l ଏହି ସମୀକ୍ଷା ବୈଠକରେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାରେ ମଧ୍ୟ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l

Exit mobile version