Site icon Awaj Media

ବାଣପୁର ବ୍ଲକରେ ଆୟୁଷ୍ମାନ ଭାରତ ହେଲଥ ମେଳା : ଲାଭ ନେଲେ ୮୨୩ ହିତାଧିକାରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ଆୟୁଷ୍ମାନ ଭାରତ ହେଲଥ ମେଳା ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ରପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳି ପରିସରରେ ଉକ୍ତ ମେଳା ଅନୁଷ୍ଠିତ ହୋଇଛି । ଏହାକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ରଘୁନାଥ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି, ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ନରେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସବିତା ଦାସ, ସମିତି ସଭ୍ୟ କନ୍ଦର୍ପ ଜେନା ଏବଂ ସିଡ଼ିପିଓ ସରୋଜବାଳା ଆଚାର୍ଯ୍ୟ ମିଳିତ ଭାବେ ଉଦଘାଟନ କରିଥିଲେ । ଉକ୍ତ ହେଲଥ ମେଳାରେ ଭେଷଜ ବିଶେଷଜ୍ଞ ଡ଼ା ଡି. ପ୍ରସାଦ ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ା ରାକେଶ ମହାରଣା, ଦନ୍ତ ବିଶେଷଜ୍ଞ ଡ଼ା ମୋନାଲିସା ମହାପାତ୍ର, ଡ଼ା ଲୁଇସ ସୋଲମାନ, ଶିଶୁରୋଗ ବିଶେଷଜ୍ଞ ଡ଼ା ଅବିନାଶ ରାଉତରାୟ, ସର୍ଜରୀ ବିଭାଗର ବିଶେଷଜ୍ଞ ଡ଼ା ଲିଙ୍ଗରାଜ ଖଣ୍ଡାଇତରାୟ ଏବଂ ଡ଼ା ସ୍ୱାଧୀନ ପାଇକରାୟ ଆଦି ଯୋଗ ଦେଇଥିବା ବେଳେ ୮୨୩ ଜଣ ହିତାଧିକାରୀ ଏହାର ଲାଭ ଉଠାଇଥିଲେ । ଉକ୍ତ ଶିବିରରେ ସମସ୍ତଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ନିଃଶୁଳ୍କ ମେଡ଼ିସିନ ମଧ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ହେଲଥ ମେଳାରେ ରକ୍ତଚାପ, ମ୍ୟାଲେରିଆ,ମଧୁମେହ, ହେମୋଗ୍ଲୋବିନ, ଆଖି , ଯକ୍ଷ୍ମା ଏବଂ କୋଭିଡ ଆଦି ରୋଗ ର ପରୀକ୍ଷା କରାଯାଇଥିବା ବେଳେ ଲୋକନୃତ୍ୟ ସାହାଯ୍ୟରେ ବିଭିନ୍ନ ରୋଗର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ପୋଷଣ ଜନିତ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ହେଲଥ ମେଳାରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ପାତ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପ୍ରସାଦ ସୁନ୍ଦରାୟ, ଫାର୍ମାସିଷ୍ଟ ପ୍ରମୋଦ କୁମାର ଦେହୁରୀ, ସମସ୍ତ ଆଶା, ଅଙ୍ଗନବାଡି କର୍ମୀ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତି ଥିଲେ ।

Exit mobile version