Site icon Awaj Media

ଅନଲାଇନ ବଦଳରେ ରସିଦ ଜରିଆରେ ଟିକସ ଆଦାୟ କରିବାକୁ ଦାବି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚାଷୀଙ୍କ ଜମିର ଖଜଣା ବାନ୍ଧିବା ସକାଶେ ଅନଲାଇନ ବଦଳରେ ରସିଦ ଜରିଆରେ ଟିକସ ଆଦାୟ କରିବାକୁ ଦାବି . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରାଜସ୍ଵ କାର୍ଯ୍ୟାଳୟରେ ଚାଷି ନିଜ ଜମିର ଖଜଣା ବାନ୍ଧିବା ସକାଶେ ଗଲେ , ଚାଷୀକୁ ରସିଦ ଜରିଆରେ ଖଜଣା ଆଦାୟ ନ କରାଯାଇ ଅନଲାଇନ ମାଧ୍ୟମରେ ଖଜଣା ଡିପୋଜିଟ କରି ରସିଦ ନେବାକୁ ଆର ଆଇ କହୁଛନ୍ତି . ଯାହା ଫଳରେ ଚାଷି ବିଭିନ୍ନ ଜନସେବା କେନ୍ଦ୍ର ରେ ବୁଲି ଖଜଣା ବାନ୍ଧିବାକୁ ଅଧିକା ଖର୍ଚ୍ଚ।ନ୍ତ ହେଉଛି . ଯଦି ଚାଷୀର ପଟ୍ଟା ହୋଇ ନଥାଏ ତେବେ ଚାଷି କୁ ଅଧିକା ଖଜଣା ଦେବାକୁ ପଡିଥାଏ । ଏହି ଭଳି ବିଭିନ୍ନ ସମସ୍ୟା ଚାଷୀଙ୍କର ରହିଥିଲେ ମଧ୍ୟ ରାଜସ୍ଵ ବିଭାଗ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି । ଏ ବିଷୟରେ ଆରଆଇ ଙ୍କୁ ଗଣମାଧ୍ୟମ ପଚାରିଲେ ସରକାରଙ୍କ ର ଅନଲାଇନ ମାଧ୍ୟମରେ ଖଜଣା ଆଦାୟ କରିବାର ନିୟମ ରହିଛି ଅନଲାଇନ ମାଧ୍ୟମରେ ହିଁ ଚାଷି ନିଜର ଖଜଣା ପଇଠ କରିବେ ବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପଟେ ରାଜ୍ୟ ସରକାର ଚାଷୀଙ୍କ ସକାଶେ ସଦାବେଳେ ତତ୍ପରତା ଦେଖାଉ ଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ନଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ସ୍ୱଚ୍ଛତା ମୋ ସରକାର କହୁଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେବା ଚାଷୀକୁଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Exit mobile version