Site icon Awaj Media

ସମଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ସମଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣିହାଁ ବ୍ଲକର ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସମଲ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ସ୍ଵତନ୍ତ୍ର ଅତିଥି ଭାବେ ତାଳଚେର ସବ୍ କଲେକ୍ଟର ବିଶ୍ଵରଞ୍ଜନ ରଥ, କଣିହାଁ ବିଡ଼ିଓ ନିଶାନ୍ ମିଶ୍ର, ପଞ୍ଚାୟତ ନୋଡାଲ ଅଫିସର ପାର୍ଥବୀ ଦେହୁରୀ, ନାଏବ ସରପଞ୍ଚ ଧରିତ୍ରୀ ପ୍ରଧାନ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଅଧିବାସୀ ମାନେ ଉପସ୍ଥିତ ଥିଲେ । ଏହି ସଭାରେ ମୁଖ୍ୟତଃ ପାନୀୟ ଜଳ, ବର୍ଷା ଜଳ ସଂରକ୍ଷଣ, ସୋକ୍ ପିଟ୍ ନିର୍ମାଣ , ମନରେଗା ଆଦି ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା ।

Exit mobile version