Site icon Awaj Media

ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ସଂଘ ବୈଠକ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଦିବ୍ୟାଙ୍ଗ ଙ୍କ ଶିକ୍ଷା ପାଇଁ ଚେଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ଖୋର୍ଦ୍ଧା ଜିଲ୍ଲା ର ବୈଠକ ଆଜି ମା’ ବରୁଣେଈ ଙ୍କ ପୀଠରେ ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଉପ-ସଭାପତି ରୌପ୍ୟରଞ୍ଜନ ସାମନ୍ତରାୟ ଙ୍କ ଉପସ୍ଥିତିରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ, ଉପ-ସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ସଂଯୋଜକ ବିଶ୍ୱବିଜୟୀ ଦାଶ, ସହ ସଂଯୋଜକ ସୁଶିଲ କୁମାର ସାହୁ , ଯୁଗ୍ମ ସମ୍ପାଦକ ଅଶ୍ୱିନୀ ମୁଦୁଲି , ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କୁ ମନୋନୀତ କରାଯାଇଛି । ଜିଲ୍ଲା ର ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଂଘ ର ସଦସ୍ୟତା ଗ୍ରହଣ କରିଥିଲେ । RPWD ଆଇନ ଓ ସୁପ୍ରିମକୋର୍ଟ ଙ୍କ ଆଦେଶ ମୁତାବକ ଓଡ଼ିଶା ର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଓ ବିଦ୍ୟାଳୟ ଗଣଶିକ୍ଷା ସଚିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା ।

Exit mobile version