Site icon Awaj Media

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଅନ୍ୟତ୍ର କରିବା ପାଇଁ ପୁରାତନ ଛାତ୍ର ଙ୍କ ତରଫରୁ ଦାବୀପତ୍ର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ସର୍ବ ପୁରାତନ ଖେଳପଡିଆ ରେ ଚାଲିଛି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ . ବିନା ଜନଶୁଣାଣୀ କିମ୍ବା ପୁରାତନ ଛାତ୍ର ସଂସଦଙ୍କୁ ଅବଗତ ନକରି ରାତିଅଧିଆ ରାଜନେତାଙ୍କ କୁଟ ଚକ୍ରାନ୍ତରେ ପ୍ରଶାସନିକ ସ୍ତରୀୟ ରାତି ଅଧିଆ ନିଷ୍ପତିକୁ ସହଜରେ ହଜମ କରି ପାରୁନାହାନ୍ତି ଅଧ୍ୟୟନ କରୁଥିବା ଛାତ୍ର କିମ୍ବା ପୁରାତନ ଛାତ୍ର . କଟକ ଜିଲ୍ଲା ବାଙ୍କୀ ଟାଉନ ମଧ୍ୟରେ ରହିଥିବା ସର୍ବ ପୁରାତନ ଶତାୟୁ ଶିକ୍ଷାକେନ୍ଦ୍ର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଖେଳପଡିଆ . ଯେଉଁ ଖେଳ ପଡିଆ ଟିରେ କେବଳ ଅଧ୍ୟୟନ କରୁଥିବା ଛାତ୍ର ମାନେ କରି ନ ଥାନ୍ତି ଖେଳକୁଦ. ଏହି ପଡିଆ ଟି ଉପରେ ନିର୍ଭର କରିଥାନ୍ତି ଆଖପାଖର ପ୍ରାୟ ୫ ଟିରୁ ଉର୍ଦ୍ଧ ସ୍କୁଲର ଛାତ୍ର ଛାତ୍ରୀ ଓ କ୍ରୀଡ଼ାପ୍ରେମୀ . ବାଙ୍କୀ ରେ ପ୍ରସ୍ତାବିତ ଇଣ୍ଡୋର ଷ୍ଟାଡ଼ିୟମ ନିର୍ମାଣ ହେଉ , କିନ୍ତୁ ପଡିଆରେ ନକରି ତାହାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉ . ଏପରି ଦାବୀ କରି ବାଙ୍କୀ ବରେନ୍ଦ୍ର କୃଷ୍ଣ୍ଣ ବିଦ୍ୟାପୀଠର କିଛି ପୁରାତନ ଛାତ୍ର ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି .

 

Exit mobile version