ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଝରଣାସାହି ଗ୍ରାମର ଘନ ମୁଣ୍ଡା ରବିବାର ଅପରାହ୍ନ ସମୟରେ ପାଖ ଜଙ୍ଗଲକୁ ଶୁଖିଲା କାଠ ଆଣିବା ପାଇଁ ଯାଇଥିବା ସମୟରେ ଅଜଣା ବିଷଧର ସାପ କାମୁଡାରେ ମୃତ୍ୟୁ ବାରଣ କରିଛନ୍ତି . ସାପ କାମୁଡ଼ାରେ ସେ ଗୁରୁତର ଆହତ ହୋଇଯାଇଥିବା ବେଳେ ତାଙ୍କୁ ପରିବାର ବର୍ଗ ରାତିରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇବା ପରେ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଘନ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି . କାଳିଆପାଣି ପୋଲିସ ସୁଚନା ପାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇଛି ।
ଝରଣାସାହି ପାଖ ଜଙ୍ଗଲରେ ସାପ କାମୁଡାରେ ଯୁବକ ମୃତ !!!

