ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିଛି । ବାଲିଗୁଡ଼ା ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା , ଡିଏସ୍‌ପି ଭିନୀତ ଅଗ୍ରୱାଲ୍‌ , ଏସଡିପିଓ ଜିଆର ରେଡ୍ଡୀ , ଉପ-ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ , ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ ସିଡିପିଓ ଅନିତା ଦାସଙ୍କ ସମେତ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥିରେ ଅଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ସମସ୍ୟା ସମ୍ପର୍କରେ ପ୍ରାୟ ୬୬ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି । ଆବଶ୍ୟକ ପ୍ରଚାର ପ୍ରସାର ହୋଇ ପାରିନଥିବା ଯୋଗୁ ପ୍ରଥମ ଦିନରେ କମ ସଂଖ୍ୟକ ଲୋକ ଆସିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *