ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରାମେଶ୍ୱର ସାହି ସ୍ଥିତ ମଙ୍ଗଳା ସାହି ର ଏକ ଘରୁ ଜଣେ କିନ୍ନର ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ରାଜପାଟଣା ଗ୍ରାମର ଚିତ୍ତରଞ୍ଜନ ସାହୁ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ମୃତ କିନ୍ନର ଜଣଙ୍କ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚନ୍ଦ୍ରଶେଖରପୁର ଗ୍ରାମ ର ବିଜୟ କୁମାର ମଲ୍ଲିକ ଓରଫ ଅଙ୍କିତା ସାହୁ ବୋଲି ଜଣାପଡିଛି ।
ନୟାଗଡ଼ ମଙ୍ଗଳା ସାହି ର ଏକ ଘରୁ କିନ୍ନର ଙ୍କ ମୃତଦେହ ଉଦ୍ଧାର !!!

