ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀରେ ବଡ ଧରଣର ଡକାୟତ ଯୋଜନାକୁ ପୋଲିସ ପଣ୍ଡ କରିଛି । ବିଳମ୍ବିତ ରାତିରେ ଚଢାଉ କରି ଗୋଟିଏ ହାଇଡ୍ରା , ୩ ଆଇଚର ଟ୍ରକ୍ ଜବତ କରିବା ସହ ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଟାଙ୍ଗୀ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ, ଗତ କାଲି ରାତିରେ କେତେକ ସଶସ୍ତ୍ର ଡକାୟତ ୩ ଟି ଆଇଚର ଟ୍ରକ୍ ଏବଂ ଗୋଟିଏ ହାଇଡ୍ରା ସହାୟତାରେ ଟାଙ୍ଗୀ କଲେଜ୍ ପଡିଆରେ ରଖା ଯାଇଥିବା ପାନୀୟ ଜଳ ପାଇପ୍ କୁ ଲୁଟ୍ କରିବାକୁ ଯୋଜନା କରୁଥିଲେ । ସୁରକ୍ଷା କର୍ମୀଙ୍କୁ ଧମକାଇ ପାଣି ପାଇପ ଲୁଟ୍ କରୁଥିବା ବେଳେ ସୁରକ୍ଷା କର୍ମୀ ଜଣକ ନିକଟସ୍ଥ ସାହିରେ ଯୁବକ ମାନଙ୍କୁ ଜଣାଇଥିଲେ । ଖବର ପାଇ ସାହିର ଯୁବକ ମାନେ ଏକାଠି ହୋଇ ପ୍ରତିରୋଧ କରିଥିଲେ । ତେବେ ଡକାୟତ ମାନେ ସେମାନଙ୍କୁ ଧମକ ଚମକ ଦେବାରୁ ଯୁବକ ମାନେ ତୁରନ୍ତ ଟାଙ୍ଗୀ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୩ ଟି ଆଇଚର ଟ୍ରକ୍ , ଗୋଟିଏ ହାଇଡ୍ରା ସହ ୮ ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି ।
ଟାଙ୍ଗୀରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ : ୩ ଆଇଚର ଟ୍ରକ୍ , ଗୋଟିଏ ହାଇଡ୍ରା ଜବତ, ୮ ଅଟକ !!!

