Site icon Awaj Media

ମଧୁସୂଦନ ଜୟନ୍ତୀ କୁ ଓଡିଶା ଦିବସ ରୂପେ ପାଳନ କରିବାକୁ ପ୍ରଶାସନକୁ ନିବେଦନ କଲେ ମଧୁ ପ୍ରେମୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଆଜି ମଧୁ ଜ୍ୟୋତି ଆୟୋଜକ କମିଟି, ଉତ୍କଳ ସମ୍ମିଳନୀ ଯୁବ ସେବକ ବାହିନୀ ଓ ମଧୁ ସ୍ମୃତି ସୁରକ୍ଷା ସଂସ୍ଥାନର ମିଳିତ ସହଯୋଗରେ ମଧୁ ଜୟନ୍ତୀ ପାଳନ ହୋଇ ଯାଇଛି । ଏହି ଅବସରରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟବାଦୀରୁ ମଧୁଜ୍ୟୋତି ଏକ ଶୋଭାଯାତ୍ରାରେ ବାହାରି କଟକରେ ଶୈଳବଳା ମହିଳା କଲେଜ ହୋଇ ମଧୁ ସଂଗ୍ରହଳୟକୁ ଅଣା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ମେୟର ସୁବାଷ ସିଂ, ସୌମ୍ୟ ରଞ୍ଜନ ପଟ୍ଟନାୟକ ,ଚଳଚିତ୍ର ଜଗତର ସୁପରିଚିତ ଚେହେରା କୁନା ତ୍ରିପାଠୀ ଓ ବହୁ ମଧୁ ପ୍ରେମୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶଶୀ ଭୂଷଣ ଦାସ ସଭାପତି ଭାବେ ଯୋଗ ଦେଇଥିଲେ ।ଏହି ମହାନ ଅବସରରେ ଆୟୋଜକ ମାନଙ୍କ ତରଫରୁ ମଧୁ ବାବୁଙ୍କ ଜନ୍ମଦିନକୁ ଓଡିଶା ଦିବସ ଋପେ ପାଳନ କରିବାକୁ ପ୍ରଶାସନକୁ ଦାବି କରିଛନ୍ତି । ଦେବାଶିଷ ସୂର୍ଯ୍ୟବଂଶୀ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ବେଳେ, ଜ୍ଞାନେନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version