Site icon Awaj Media

ଗୋଟିଏ ଓଏସଆରଟିସି ବସ ରହିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବସଷ୍ଟାଣ୍ଡ ରେ ଗୋଟିଏ ଓଏସଆରଟିସି ବସ ରହିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । ମନ୍ତ୍ରୀ ସ୍ଵର୍ଗତ ଭାଗବତ ବେହେରା ଶୁଭ ପକାଇ ଥିବା ନୟାଗଡ଼ ବସଷ୍ଟାଣ୍ଡ କୁ ୨୦୦୩ ମସିହାରେ ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ ପିଡ୍ଲୁଡି ହସ୍ତାନ୍ତର କରାଯାଇ ୧ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ବସଷ୍ଟାଣ୍ଡ କାର୍ଯ୍ୟ ଶେଷ କରାଗଲା । ଲୋକ ମାନଙ୍କ ଠାରୁ ସିକ୍ୟୁରିଟ ଅର୍ଥ ରଖାଯାଇ ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଏକ ସୁନ୍ଦର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସହିତ ୫୦ ଲକ୍ଷ ଟଙ୍କା ବ୍ୟୟରେ ସୁନ୍ଦର ବିଲ୍ଡିଂ ଏବଂ ଏକ ହୋଟେଲ ମଧ୍ୟ ନିର୍ମାଣ କରାଯାଇଛି । ୨୨/୧୨/୨୦୨୧ ତାରିଖରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ , ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ଜିଲ୍ଲାପାଳ , ଆରଟିଓ , ଜିଲ୍ଲାର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରହି ବସଷ୍ଟାଣ୍ଡ ର ଶୁଭ ଉଦଘାଟନ କରାଗଲା । ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ନିଜେ ବସ ଚଳାଇ ଉଦଘାଟନ କରିବା ସହିତ କହିଲେ ଆଜି ଠାରୁ ବସଷ୍ଟାଣ୍ଡ କାର୍ଯକାରୀ ହେଲା ପ୍ରତ୍ୟେକ ଦିନ ନୂଆ ବସଷ୍ଟାଣ୍ଡ ରୁ ବସ ଚଳାଚଳ କରିବ । ଦୁଇ ଦିନ ବସ ଚଳାଚଳ ହୋଇଛି କି ନାହିଁ ତାପରେ ସବୁ ବନ୍ଦ । ମନ୍ତ୍ରୀ ଙ୍କ କଥା ପାଣିର ଗାର ହେଲା । କାହାପାଇଁ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା । କଣ ଗୋଟିଏ ଓଏସଆରଟିସି ବସ ରହିବା ବୋଲି , ନାଁ ବୁଲା କୁକୁରଙ୍କ ବାସସ୍ଥଳୀ ପାଇଁ । ବସଷ୍ଟାଣ୍ଡ ର କାର୍ଯ୍ୟ ଠିକାଦାର ଏପରି କରିଛି କାର୍ଯ୍ୟ ଶେଷ ହେବାର ୬ ମାସ ହୋଇ ନଥିବା ବେଳେ ପାଚେରୀ ଭାଙ୍ଗି ଗଲାଣି । ଶୁଣିବାକୁ ମିଳେ ମନ୍ତ୍ରୀ ଡଃ. ସାହୁ ଙ୍କ କିଛି ନିଜ ଲୋକଙ୍କ ବସ ଥିବାରୁ ସେମାନେ ଚାହୁଁ ନାହାଁନ୍ତି ନୂତନ ବସଷ୍ଟାଣ୍ଡ କୁ ବସ ଯିବା ପାଇଁ । ସେଥିପାଇଁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଯଦି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାର ନଥିଲା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା କାହିଁକି । ଆଜିବି ବସଷ୍ଟାଣ୍ଡ ରେ ରାତିସାରା ବିଜୁଳି ଲାଗି ଯେଉଁ ବିଜୁଳି ବିଲ୍ ଆସୁଛି ତାର ଖର୍ଚ୍ଚ ଦେବ କିଏ । ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସ ଚାଲୁ ନାହିଁ ଯେଉଁ ଲୋକମାନେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ଜମା ଦେଇ ଘର ନେଇଛନ୍ତି ତାଙ୍କ କ୍ଷତିପୂରଣ ଦେବ କିଏ । ମନ୍ତ୍ରୀ ଙ୍କ ବସଷ୍ଟାଣ୍ଡ ଉଦଘାଟନ କେବଳ ନିର୍ବାଚନ ବୈତରଣୀ ପାର ହେବାପାଇଁ ଏହା ଏକ ଚାଲ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ବସଷ୍ଟାଣ୍ଡ ଉଦଘାଟନ ନୟାଗଡ଼ ବିଧାୟକ ଡ.ସାହୁ , ପରିବହନ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ଜନସାଧାରଣ ଙ୍କୁ ବଡ଼ ବଡ଼ ଭାଷଣ ମାରିବା ସହିତ ଅନେକ ପ୍ରତିଶ୍ରୁତି ଦେବା ନିର୍ବାଚନ ରେ ବିଜେଡ଼ି ସପକ୍ଷରେ ଭୋଟ ପାଇଁ ଏକ ଚାଲ ଥିବା ନୟାଗଡ଼ ଜନସାଧାରଣ ଆଲୋଚନା କରୁଛନ୍ତି। ଏହା ହେଉଛି ଆମ ପାଇଁ ବଡ଼ ଆମ ନୟାଗଡ ।

Exit mobile version