Site icon Awaj Media

ନାଚୁଣୀ କହ୍ନେଇପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାତିରେ ଚଣ୍ଡେଶ୍ୱର ଅଞ୍ଚଳର ଏକ ସ୍ବିଫ୍ଟ ଡ଼ିଜାୟାର ଏବଂ ବେଲପଡା ଅଞ୍ଚଳର ଏକ ଇଣ୍ଡିଗୋ କାର ଉଭୟେ ଆଗ ପଛ ହୋଇ ଭୁବନେଶ୍ୱର ରୁ ବାଲୁଗାଁ ଅଭିମୁଖେ ଆସୁଥିଲେ । ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହ୍ନେଇପୁର ଛକରେ ହଠାତ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଇଣ୍ଡିଗୋ ଗାଡିଟି ଏକ ଦୋକାନ ଭିତରେ ପଶି ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଯାଇଥିଲା , ଏବଂ ଉଭୟ ଗାଡ଼ି ଛିଟିକି କରି ଦୂରରେ ପଡ଼ିଥିଲେ । ସ୍ଥାନୀୟ ଜନସାଧାରଣ ଏବଂ ନାଚୁଣୀ ଫାଣ୍ଡି ପୋଲିସ ସାହାଯ୍ୟରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ମୃତକ ଜଣକ ଛେଡାପଦର ଗ୍ରାମର ଗାଡ଼ି ଚାଳକ ଭବାନୀ ଶଙ୍କର ଜାଲି ବୋଲି ଜଣାପଡିଛି । ତେବେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି ।

Exit mobile version