Site icon Awaj Media

ବାଣପୁର ତୁମ୍ବରାପୁଟ ଗ୍ରାମରେ ଅଗ୍ନିକାଣ୍ଡ : ଜଳିଗଲା ଏକାଧିକ ପାଳଗଦା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ତୁମ୍ବରାପୁଟ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲା ଏକାଧିକ ପାଳଗଦା । ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ ତୁମ୍ବରାପୁଟ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି , ଯାହା ଫଳରେ ଏକାଧିକ ପାଳଗଦା ପୋଡ଼ି ପାଉଁଶ ହୋଇ ଯାଇଛି । ଭରତ ବେହେରା ଏବଂ ସାରଥୀ ବେହେରା ଙ୍କ ବାରିପଟେ ଗଦାମାରି ଥୁଆ ହୋଇଥିବା ପାଳଗଦାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଉଭୟ ଗରିବ ଶ୍ରେଣୀର ଚାଷୀ ହୋଇଥିବା ବେଳେ ତାଙ୍କୁ ସରକାରୀ ସ୍ତରରେ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି ।

Exit mobile version