ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କାଳବୈଶାଖୀ ପବନ ପ୍ରବାହରେ ଉପୁଡ଼ି ପଡ଼ିଛି ବିରାଟକାୟ ଗଛ . ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସୁଧାରିବା କାର୍ଯ୍ୟ ଜାରି ରଖିଥିଲା . ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏପରି ଘଟଣା . କାହିଁ ପୁରାତନ କାଳରୁ ରହିଥିବା ଏକ ବିରାଟକାୟ ଗଛ ସାମାନ୍ୟ କାଳ ବୈଶାଖୀ ପବନ ପ୍ରବାହରେ ଉପୁଡ଼ି ପଡ଼ିଛି । ଉକ୍ତ ବିଦ୍ୟାଳୟରେ ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ପ୍ରଭାବିତ ହେବା ଆଶଙ୍କାରେ ବାଣପୁର ଅଗ୍ନିଶମ ବାହିନୀ ଅଧିକାରୀ ବିବେକାନନ୍ଦ ଦାସ ଙ୍କ ନେତୃତ୍ବରେ ୨ ଗୋଟି ଟିମ୍ ନିୟୋଜିତ ହୋଇ ଗଛ କଟା କାର୍ଯ୍ୟ ଜାରି ରଖିଥିଲେ ।
କାଳବୈଶାଖୀ ପବନରେ ଉପୁଡ଼ିଲା ଭୀମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ପୁରାତନ ବିରାଟକାୟ ଗଛ !!!

