Site icon Awaj Media

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହ ଠାରେ ଆଜି ବିଶ୍ୱ ପ୍ରଣୀ ଚିକିତ୍ସା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ ଚନ୍ଦ୍ର ନାୟକ, ମତ୍ସ୍ୟ ଅଧିକାରିଣୀ ଭିକ୍ଟୋରିୟା ଖାନ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଗିରିଶ ଚନ୍ଦ୍ର ମହାନ୍ତି, ଉପ ପଶୁ ଚିକିତ୍ସା ଅଧିକାରୀ ରମାକାନ୍ତ ରଣା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେଵ ସିଂ ପ୍ରମୁଖ ମଞ୍ଚାସିନ ଥିଲେ । ଭିଏଏସ ଅମିତ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଅତିଥି ମାନେ ନିଜର ମତ ରଖିଥିଲେ । ପରେ ଶ୍ରେଷ୍ଠ ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ, ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ, ଶ୍ରେଷ୍ଠ ପ୍ରାଣୀ ଅତିରିକ୍ତ ଚିକିତ୍ସକ, ପ୍ରାଣୀ ଧନ ନିରୀକ୍ଷକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ, ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।ବିଭିନ୍ନ ବ୍ଳକର ଉତ୍ତମ ଚାଷି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବହୁ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏଲଆଇ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ବିଦ୍ୟୁତ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଅଭିଜିତ ମିଶ୍ର, ଡକ୍ଟର ପ୍ରଶାନ୍ତ ସାମଲ, ଡକ୍ଟର ଶୁଭ ବିକାଶ ମଲ୍ଲିକ, ଡକ୍ଟର ଏସ କେ ରେଡ୍ଡି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ସକାଶେ ଆଜି ଗୋଶାଣି ବ୍ଳକ ର ଢାମୁଣିଗାଁ ଠାରେ ଗାଈ, ଛେଳି, ମହିଷୀ ଙ୍କର ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଛି ।

Exit mobile version