Site icon Awaj Media

ସୁରୁଖୁରୁ ରେ ଚାଲିଛି ମ୍ୟାଟ୍ରିକ ପରକ୍ଷା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା . ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲୁ ରହିବ . ସୂଚନା ମୁତାବକ ସମୁଦାୟ ପାଞ୍ଚ ଲକ୍ଷ ଏକସ୍ତରି ହଜାର ନଅଶହ ନଅ ଜଣ ଛାତ୍ର ଛାତ୍ରୀ , ତିନି ହଜାର ଦୁଇଶହ ତିନି ଟି କେନ୍ଦ୍ରରେ ପରୀକ୍ଷା ଦେବେ . ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ନଅ ହଜାର ତିନି ଶହ ଅଠସ୍ତରି ଜଣକ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇ ଶହ ପନ୍ଦରଟି ପରୀକ୍ଷା କେନ୍ଦ୍ର ଏବଂ ସଂସ୍କୃତ ମଧ୍ୟମାରେ ଚାରି ହଜାର ଚାରି ଶହ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଶହେ ବାଇଶି ଟି ପରୀକ୍ଷାକେନ୍ଦ୍ର ବ୍ୟବସ୍ଥା କରାଯାଇଛି . ପ୍ରଥମ ଦିନ ରେ ଦ୍ଵିତୀୟ ଭାଷା ପରୀକ୍ଷା ହୋଇଥିବା ବେଳେ , ମେ ଦୁଇ ତାରିଖରେ ଗଣିତ , ଚାରି ତାରିଖରେ ସାଧାରଣ ବିଜ୍ଞାନ, ପାଞ୍ଚ ତାରିଖରେ ପ୍ରଥମ ଭାଷା, ଛଅ ତାରିଖରେ ତୃତୀୟ ଭାଷା ଏବଂ ସାତ ତାରିଖରେ ସାମାଜିକ ବିଜ୍ଞାନ ବିଷୟ ରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବେ . ରାଜ୍ୟ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ମାଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି . ଦ୍ଵିତୀୟ ସିଟିଙ୍ଗରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଙ୍ଗରେ କରାଯିବ ବୋଲି ସୂଚନା ମିଳିଛି .

Exit mobile version